ଭୁବନେଶ୍ୱର ୦୨।୦୫ : ସାଲିଆସାହିରେ ଆରମ୍ଭ ଉଚ୍ଛେଦ । ଭୁବନେଶ୍ବର ସାଲିଆ ସାହିରେ ୮୧ ଘର ଉଚ୍ଛେଦ। ପୂର୍ବ ନୋଟିସ ଅନୁଯାୟୀ ୮୧ ଘର ଉଚ୍ଛେଦ ହେଉଛି। ୧୫ ନମ୍ବର ୱାର୍ଡର ଏକାମ୍ର ଭିଲା ବେହେରା ବସ୍ତିର ୮୧ ଘର ଆଜି ଉଚ୍ଛେଦ ହେଉଛି। ଉଚ୍ଛେଦ ସ୍ଥାନରେ ବିଡିଏ ଜଏଣ୍ଟ କମିଶନର, ଡେପୁଟି କମିସନର ଉପସ୍ଥିତ ଅଛନ୍ତି। ବାମ ପାର୍ଶ୍ଵ ସମାନ୍ତରାଳ ରାସ୍ତା ପାଇଁ ଏହି ଉଚ୍ଛେଦ ହେଉଛି। ପୂର୍ବରୁ ୭୦ ପରିବାରଙ୍କୁ ବୁଦ୍ଧବିହାରରେ ଘର ଦିଆସରିଛି।