ଭୁବନେଶ୍ଵର/ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଆଉ ଏହି ସମୟରେ କେବଳ ଆମ ରାଜ୍ୟ ଓଡ଼ିଶାରେ ନୁହେଁ ବରଂ ଦେଶ ଭିତରେ ଓ ଦେଶ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରାର ଆୟୋଜନ ହୋଇଛି । ଏମିତିକି ପାକିସ୍ତାନ, ବାଂଲାଦେଶ, ଜାପାନ, କାନାଡ଼ା, ଲଣ୍ଡନ ସବୁଠି ଖୁବ୍ ଧୁମଧାମରେ ପାଳିତ ହୋଇଛି ମହାପଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ସାରା ବିଶ୍ବରେ ଜଗନ୍ନାଥ ପ୍ରେମୀଙ୍କ ଭିତରେ ବ୍ରହ୍ମାଣ୍ଡ ଠାକୁରଙ୍କ ରଥଯାତ୍ରାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମହାପ୍ରଭୁଙ୍କ ମୂଳ ପୀଠ ପୁରୀରେ ବିଶ୍ବ ନିୟନ୍ତାଙ୍କ ରଥଯାତ୍ରା ଦେଖିବାକୁ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏମିତିରେ କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁରଙ୍କ ଘୋଷଯାତ୍ରା ତଥା ଐତିହ୍ୟ ଉତ୍ସବକୁ ଗୁରୁତ୍ବ ଦେଇ ଓଡ଼ିଶା ସରକାର ଶ୍ରୀଗୁଣ୍ଡିଚା ଭଳି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ବି ସରକାରୀ ଛୁଟି ଘୋଷଣା କରିବାକୁ ମତ ପ୍ରକାଶ ପାଇଛି।

ଶ୍ରୀକ୍ଷେତ୍ରରେ ଚାଲିଛି ବ୍ରହ୍ମାଣ୍ଡ ଠାକୁରଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଗୁଣ୍ଡିଚା ଠାରୁ ଆରମ୍ଭ କରି ବାହୁଡ଼ା, ସୁନାବେଶ, ଅଧରପଣା, ନିଳାଦ୍ରିବିଜେ ପର୍ଯ୍ୟନ୍ତ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଦେଶ ବିଦେଶରୁ ପୁରୀକୁ ଛୁଟିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ । ଏବେ ଜଗନ୍ନାଥମୟ ହୋଇ ଉଠିଛି ସାରା ବିଶ୍ବ । ଏବେ ପାକିସ୍ତାନ, ବାଂଲାଦେଶ, ଜାପାନ, କାନାଡ଼ା, ଲଣ୍ଡନ ଜୁଆଡ଼େ ଦେଖିବ ସିଆଡ଼େ ମହାପଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆୟୋଜନ ହେଉଛି । ସାରା ବିଶ୍ବରେ ଜଗନ୍ନାଥ ପ୍ରେମୀଙ୍କ ଭିତରେ ବ୍ରହ୍ମାଣ୍ଡ ଠାକୁରଙ୍କ ରଥଯାତ୍ରାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମହାପ୍ରଭୁଙ୍କ ଭକ୍ତିରେ ବୁଡ଼ିଛି ସାରା ବିଶ୍ବ ।

Also Read: ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ, ଦକ୍ଷିଣମୋଡ଼ ନେଇଛି ୩ ରଥ

ଏମିତିରେ ମହାପ୍ରଭୁଙ୍କ ମୂଳ ପୀଠ ଶ୍ରୀକ୍ଷେତ୍ର ପୁରୀରେ ସ୍ବୟଂ ଦାରୁ ବ୍ରହ୍ମଙ୍କ ଘୋଷଯାତ୍ରା ଚାଲିଥିବା ବେଳେ ଶ୍ରୀଗୁଣ୍ଡିଚା ଭଳି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦିନକୁ ମଧ୍ୟ ଛୁଟି ଘୋଷଣା କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । କାରଣ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଦୁଇ ଦିନ ଧରି ରଥଟଣା ହେଉଥିବାରୁ ଗୋଟିଏ ଦିନରେ ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ଓ ରଥ ଟାଣିବାର ସୌଭାଗ୍ୟ ପାଇବାକୁ ସକ୍ଷମ ହେଉନାହାନ୍ତି ସମସ୍ତ ଭକ୍ତ । ତେଣୁ ବାହୁଡ଼ା ଯାତ୍ରାକୁ ମଧ୍ୟ ସରକାରୀ ଛୁଟି ଭାବେ ଘୋଷଣା କରାଗଲେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ଯାଇ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ପାଇପାରନ୍ତେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ହେଉଛି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପର୍ବ । ଏମିତିରେ ପ୍ରତିଟି ଓଡ଼ିଆଙ୍କ ମନରେ ଏହାକୁ ନେଇ ଅନେକ ଉତ୍କଣ୍ଠା ଓ ଉତ୍ସାହ ରହିବା ସ୍ବାଭାବିକ । ଯେତେବେଳେ ପଶ୍ଚିମବଙ୍ଗରେ ଦୂର୍ଗାପୂଜାକୁ ଯଦି ସାଂସ୍କୃତିକ ଐତିହ୍ୟ ଉତ୍ସବ ଭାବେ ଘୋଷଣା କରାଯାଇ ୧୨ ଦିନ ଛୁଟି ବ୍ୟବସ୍ଥା କରାଯାଇଛି । ଯେତେବେଳେମହାରାଷ୍ଟ୍ରରେ ଦୀପାବଳି ପାଇଁ ୨ ଦିନ ଛୁଟି ଘୋଷଣା କରାଯାଉଛି ।

Also Read: ଆନ୍ଧ୍ର ପରେ ଓଡିଶାରେ କରୋନା ଆତଙ୍କ : ଗଞ୍ଜାମରେ ଚିହ୍ନଟ ହେଲେ କୋଭିଡ-19 ଆକ୍ରାନ୍ତ

ସେତେବେଳେ ଓଡ଼ିଶାରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ କାହିଁକି ୨ ଦିନ ଛୁଟି ଘୋଷଣା କରାନଯିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏହା ସରକାରଙ୍କ ବିଚାରାଧୀନ ଅଛି । ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବେ ସରକାର । ତମାମ୍ ଜଗନ୍ନାଥପ୍ରେମୀଙ୍କ ଆଶା,ଆକାଂକ୍ଷାକୁ ଦୃଷ୍ଟିରେ ରଖି ସରକାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦିନକୁ ସରକାରୀ ଛୁଟି ଘୋଷଣା କରିବେ ବୋଲି ଆଶା କରାଯାଉଛି ।