ବ୍ରହ୍ମପୁର ୨୨।୦୭ : ଆନ୍ଧ୍ର ପରେ ଓଡ଼ିଶାରେ ପଶିଲା କୋଭିଡ-୧୯ । ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। MKCGରେ ଜଣେ ମହିଳା ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। MKCGରେ ସଂପୃକ୍ତ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ୧୨ ଜଣ କୋଭିଡ୍ -୧୯ରେ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ରୋଗୀ ସଂକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ତେବେ ଆନ୍ଧ୍ରରେ କରୋନା ବ୍ୟାପିବା ପରେ ଓଡ଼ିଶାରେ ସଂକ୍ରମଣ ନେଇ ଛନକା ପଶିଥିଲା।
ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଏମକେସିଜି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଦୀପା ଦାସ କୋଭିଡ୍ ବାବଦରେ ସୂଚନା ଦେଇଛନ୍ତି । ଏହାସହ ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ କୋରାନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଫେସର ଡାକ୍ତର ସନ୍ତୋଷ ମିଶ୍ର.ସୂଚନା ଦେଇଛନ୍ତି । ତେବେ ରୋଗୀଜଣଙ୍କୁ ବଡ଼ ମେଡିକାଲରେ ଆଇସୋଲସନରେ ରଖାଯାଇ ଚିକିତ୍ସା କରା ଯାଉଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । କୌଣସି ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି ସୁପରିଟେଣ୍ଡେଣ୍ଟ.କହିଛନ୍ତି ।
