ଭୁବନେଶ୍ୱର ୧୨।୧୦ : ସିରିଜ୍‌ ଦୁର୍ଘଟଣା । ଦୁର୍ଘଟଣା ଘଟାଇଲେ , ମାଡ ବି ଖାଇଲେ। ଭୁବନେଶ୍ୱର କେଶୁରା ନିକଟରେ ଜଣେ କାର ଚାଳକ ନିଜ ନିୟନ୍ତ୍ରଣ ହରାଇ ୫-୬ଟି ବାଇକକୁ ଧକ୍କା ଦେଇଥିଲେ। ଏଥିରେ କିଛି ବାଇକ୍ ଚାଳକ ଆହତ ହୋଇଥିଲେ ।

ସେପଟେ ଏହି ଦୁର୍ଘଟଣା ପରେ ୪ ଚକିଆ ଗାଡି ଚାଳକକୁ ଅଟକାଇଥିଲେ ସ୍ଥାନୀୟ ଲୋକ। ଜୀବନ ବିକଳରେ ରାସ୍ତାରେ ଗାଡି ରଖି ସେ ଏକ ବସରେ ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ଚାଳକକୁ ଉଦ୍ଧାର କରିଥିବା ବେଳେ ଉତ୍ତେଜନା ଦେଖା ଦେଇଛି।

Also Read:-Vigilance Raid : ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ଟି ଠିକଣାରେ ଚାଲିଛି ଚଢ଼ାଉ

ତେବେ କାର ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କିପରି ଜଣେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ । ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।