ଖଲ୍ଲିକୋଟ ୧୨।୧୦ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ(ABEO) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ABEO ଜୟଦେବ ଜେନାଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ୭ଟି ସ୍ଥାନରେ ରେଡ୍ ଜାରି ରହିଛି।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ABEO ବାବୁଙ୍କ ଭୁବନେଶ୍ୱର ପାତ୍ରପଡ଼ାରେ ୩ ମହଲା କୋଠା, ଗଞ୍ଜାମ ପି. ନୂଆଗାଁରେ ୨ ମହଲା କୋଠା, ଗଞ୍ଜାମ ପି. ନୂଆଗାଁରେ ଅନ୍ୟ ଏକ କୋଠା ଠାବ କରାଯାଇଛି । ସେହିପରି ଗଞ୍ଜାମ ବୁରୁଝରୀ ସ୍ଥିତ ଆତ୍ମୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରି ଜନନୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର, ଯାଜପୁର ଜାରକା ସ୍ଥିତ ଭଡ଼ାଘର ଏବଂ ଯାଜପୁର ଜାରକା ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରାଯାଉଛି । ଭିଜିଲାନ୍ସ ଯାଞ୍ଚ ପ୍ରକ୍ରିୟା ସରିବା ପରେ ମୋଟ ଆୟବହିର୍ଭୂତ ସମ୍ପତ୍ତିର ପରିମାଣ ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।

Also Read:-ନବରାତ୍ରରେ ୨ ଥର ସୃଷ୍ଟି ହେବ 'ଗଜକେସରୀ ଯୋଗ', ଏହି ୪ଟି ରାଶିର ବ୍ୟକ୍ତି ପାଇବେ ବଡ ଧରଣର ଆର୍ଥିକ ଲାଭ

ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଜାରି କରିଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ଛାନଭିନ୍ ଜାରି ରଖିଛନ୍ତି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରରେ ସର୍ଚ୍ଚ ଅପରେସନ୍ ଚାଲିଛି।

Watch Video:-