ଭୁବନେଶ୍ୱର ୧୨।୧୦ : ବିରୋଧୀ ଦଳଙ୍କୁ ରାଜ୍ୟ ବିଜେପି ସଭାପତିଙ୍କ କାଉଣ୍ଟର । ମୁଖ୍ୟମନ୍ତ୍ରୀ SIR ନେଇ ସ୍ପଷ୍ଟ କରିଛନ୍ତି । ଏବେ ବିରୋଧୀ ଦଳ ସ୍ପଷ୍ଟ କରନ୍ତୁ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିପରି ମନମୋହନଙ୍କୁ ମଧ୍ୟ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।

ମନମୋହନ ସାମଲ କହିଛନ୍ତି ଯେ, ନବୀନ ବାବୁଙ୍କ ମନରେ କେଉଁଠି ଦ୍ୱନ୍ଦ୍ୱ ରହୁଛି ତାହା ଆଗେ ସ୍ପଷ୍ଟ କରନ୍ତୁ | ଯଦି ତାଙ୍କ ମନରେ ସ୍ପଷ୍ଟତା ନାହିଁ ତେବେ ନବୀନ ବାବୁ ନିଜେ କୁହନ୍ତୁ ସ୍ପଷ୍ଟତା ନାହିଁ ତାଙ୍କୁ କ୍ଳାରିଫାଏ କରାଯିବ | ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ଉପଯୁକ୍ତ ଯୁକ୍ତି କରନ୍ତୁ | ନିର୍ବାଚନ କମିଶନଙ୍କଠାରୁ କେଉଁ ବାବଦରେ ସ୍ପଷ୍ଟୀକରଣ ଦରକାର, ମାଗିଲେ କିଏ ଦେବାକୁ ମନା କରୁଛି | କଂଗ୍ରେସ ସମୟରେ ସବୁବେଳେ ଏସଆଇଆର ହୋଇଛି, ଆମ ସମୟରେ ଥରେ ମାତ୍ର ହୋଇଛି | ଯଦି ମୃତ ଏବଂ ଜାଲି ଭୋଟରଙ୍କ ନା କଟିବ ନାହିଁ ତେବେ ଏସଆଇଆର ମାନେ କଣ ? ଯଦି କଟିଲା ଭୁଲ ତ୍ରୁଟି କେଉଁଠି ରହିଲା ? ରାହୁଲ ଗାନ୍ଧୀ ନିଜେ କହୁଥିଲେ, ଭୋଟର ଲିଷ୍ଟ ସଂଶୋଧନ ହେବା ଦରକାର, ସ୍ୱାଭାବିକ ଭାବେ ଏସଆଇଆରରେ ପ୍ରତିଫଳିତ ହେଲା | ଏଵେ ରାହୁଲ ଗାନ୍ଧୀଙ୍କ ଅସୁବିଧା କଣ ହେଲା ବୋଲି ପ୍ରଶ୍ନ କଲେ ବିଜେପି ରାଜ୍ୟ ସଭାପତି ।

Also Read:-ଅମିତାଭଙ୍କ ରାଜକୀୟ ବଙ୍ଗଳା 'ଜଲସା' ଗିଫ୍ଟ କରିଥିଲେ ରମେଶ ସିପି ! ଯାହାର ମୂଲ୍ୟ ୨୦୦ କୋଟିରୁ ଅଧିକ

ଅନ୍ୟପଟେ ମନମୋହନଙ୍କୁ କଡ଼ା କାଉଣ୍ଟର କଲେ ପ୍ରସନ୍ନ ଆଚାର୍ଯ୍ୟ । SIR ଓ ମୁଖ୍ୟ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ବିଜେଡ଼ି ସବୁବେଳେ ନିଜ ମତ ସ୍ପଷ୍ଟ କରିଛି। ଆମେ ସ୍ଵତନ୍ତ୍ର ରାଜନୈତିକ ଦଳ। ଆମେ କୌଣସି ବ୍ଲକରେ ନାହୁଁ। ନା ଇଣ୍ଡିଆ ମେଣ୍ଟ ନା ଏନଡିଏ ରେ ନାହୁଁ। ବିଭିନ୍ନ ପ୍ରସଙ୍ଗରେ ଆମର ସ୍ୱତନ୍ତ୍ର ମତ ରହିଛି। ଦେଶର ୧୪ ପ୍ରତିଶତରୁ ଅଧିକ ଲୋକଙ୍କ ନାଁକୁ ଏସଆଇଆରରେ କାଟିଦେଲେ। ଓଡିଶାରୁ ୨୦ ଲକ୍ଷ ଭୋଟରଙ୍କ ନାଁ କାଟି ଦିଆଗଲା। ଅଧିକ ଭୋଟର ସଂଯୁକ୍ତ ହେବା କଥା ଏସଆଇଆରରେ କିନ୍ତୁ ବିଯୁକ୍ତ କରିଦେଲେ। ଏହା ଶୁଭ ସୂଚନା ନୁହେଁ।

Watch Video:-