ମୁମ୍ଵାଇ ୦୫।୦୧; ବଲିଉଡର ମସ୍ତାନୀ ଅଭିନେତ୍ରୀ ଦୀପିକା ପାଦୁକୋନ୍। ଆଜି ସେ ୪୦ ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କର ଜନ୍ମ ୫ ଜାନୁଆରୀ ୧୯୮୬ରେ ଡେନମାର୍କରେ ହୋଇଥିଲା। ଜୀବନର ଚାରି ଦଶନ୍ଧି ପୂରଣ କରି, ଦୀପିକା ବଲିଉଡରେ ଏକ ପ୍ରତିଷ୍ଠିତ ନାମ ଅର୍ଜନ କରିଛନ୍ତି। ଦକ୍ଷିଣ ଭାରତୀୟ ସିନେମାରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ ଦୀପିକା ।ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ଲୋକପ୍ରିୟତା ଖୁବ୍ ଅଧିକ । ହେଲେ ଏବେ ବଲିଉଡ୍‌ରୁ ହଲିଉଡ୍ ଯାଏଁ ତାଙ୍କ ପ୍ରତିଭା ପ୍ରମାଣିତ ହୋଇଛି । ସବୁ କ୍ଷେତ୍ରରେ ଦୀପିକା ତାଙ୍କ ନେମ୍ ଫେମ୍ ପାଇଛନ୍ତି।

ଦୀପିକା ପାଦୁକୋନ ୨୦୦୬ ମସିହାରେ କନ୍ନଡ ସିନେମାରେ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ହେଲେ ତାଙ୍କର ପପୁଲାଟି ବଲିଉଡ୍ ଡେବ୍ୟୁରୁ ପାଇଥିଲେ। ୨୦୦୭ରେ ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ "ଓମ୍ ଶାନ୍ତି ଓମ୍" ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । କିନ୍ତୁ ଆଜି ତାଙ୍କର ଷ୍ଟାରଡମ୍ ଏକ ଭିନ୍ନ ସ୍ତରରେ ଅଛି। ଦୀପିକା ସର୍ବାଧିକ ଦରମା ପାଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ନେଟ୍ୱର୍ଥ କେତେ?

୧୨୦ କୋଟିର ଘର, ୩୦ କୋଟିର ଫି’

୧୯ ବର୍ଷ ବୟସରେ ବଲିଉଡରେ ଏଣ୍ଟ୍ରି କରିଥିବା ଦୀପିକା ପାଦୁକୋନ ଗୋଟିଏ ଫିଲ୍ମ ପାଇଁ ମୋଟା ଅଙ୍କର ଟଙ୍କା ନିଅନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଏବେ ପ୍ରତି ଫିଲ୍ମ ପାଇଁ ୨୦ ରୁ ୩୦ କୋଟି ଟଙ୍କା ନେଉଛନ୍ତି । ମୁମ୍ବାଇରେ ତାଙ୍କ ସ୍ୱାମୀ ତଥା ସୁପରଷ୍ଟାର ରଣବୀର ସିଂହଙ୍କ ସହ ଅଭିନେତ୍ରୀ ଯେଉଁ ଘରେ ରୁହନ୍ତି ତାହାର ମୂଲ୍ୟ ୧୨୦ କୋଟି ଟଙ୍କା। ଏହି ଘର ବାନ୍ଦ୍ରାରେ ଅବସ୍ଥିତ।

ଦୀପିକାଙ୍କ ମୋଟ ସମ୍ପତ୍ତି କେତେ?

ରିପୋର୍ଟ ଅନୁଯାୟୀ ଦୀପିକା ପାଦୁକୋନଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ତାଙ୍କର ସମ୍ପତ୍ତି ୫୦୦ କୋଟିରୁ ଅଧିକ। ଚଳଚ୍ଚିତ୍ର ବ୍ୟତୀତ, ଅଭିନେତ୍ରୀଙ୍କ ଆୟର ଉତ୍ସ ମଧ୍ୟରେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ତାଙ୍କର ନିଜସ୍ୱ ମେକଅପ୍ ବ୍ରାଣ୍ଡ, 82°E ଅନ୍ତର୍ଭୁକ୍ତ। ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ, ଅଭିନେତ୍ରୀ ପ୍ରତି ଡିଲ୍ ପାଇଁ ଅତି କମରେ ୮ କୋଟି ରୋଜଗାର କରନ୍ତି।

ଦୀପିକାଙ୍କ ଲଗଜରୀ କାର କଲେକସନ୍

ଦୀପିକାଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ଅଛି। ତାଙ୍କ କାର କଲେକସନ୍ରେ ୬୪ ଲକ୍ଷ ମୂଲ୍ୟର ଏକ BMW 5 ସିରିଜ୍ । ୧.୬୭ କୋଟି ମୂଲ୍ୟର ଏକ Mercedes Maybach S500 ଏବଂ ଦୁଇଟି Audi ମଡେଲ୍ (A8 ଏବଂ Q7) ଅନ୍ତର୍ଭୁକ୍ତ। ଗୋଟିଏର ମୂଲ୍ୟ ୧.୫୭ କୋଟି ଏବଂ ଅନ୍ୟଟି ୯୩.୩୫ ଲକ୍ଷ।