ନୂଆଦିଲ୍ଲୀ ୧୦/୧୨: UNESCO ତାଲିକାରେ 'ଦୀପାବଳି' । UNESCO ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା 'ଦୀପାବଳି' । ଏନେଇ 'X'ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି 'ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ' । 'ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ' । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି ମୋଦି କହିଛନ୍ତି । 

ସୂଚନା ଥାଉକି, ଭାରତ ପାଇଁ ଏକ ଐତିହାସିକ ଦିନ। ଦୀପାବଳିକୁ ଆନୁଷ୍ଠାନିକ ଭାବରେ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନରେ ଏହି ଘୋଷଣା କରାଯାଇଥିଲା।

ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି । ପୋଷ୍ଟରେ କହିଛନ୍ତି ଯେ, ଭାରତ ଏବଂ ବିଶ୍ୱର ଲୋକମାନେ ଏହି ଖବର ପାଇଁ ଉତ୍ସାହିତ ଏବଂ ଗର୍ବିତ। ଆମ ପାଇଁ, ଦୀପାବଳି କେବଳ ଏକ ପର୍ବ ନୁହେଁ, ବରଂ ଆମର ସଂସ୍କୃତି ଏବଂ ମୂଲ୍ୟବୋଧ ସହିତ ଗଭୀର ଭାବରେ ଜଡିତ। ଏହା ଆମର ସଭ୍ୟତାର ଆତ୍ମା।