ଭୁବନେଶ୍ବର ୨୫।୫: ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦେବାଶିଷଙ୍କ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପରେ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେ ଦଳରୁ ୫ ଥର ଟିକେଟ ନେଇଛନ୍ତି । ନିଜ ଭୁଲ ପାଇଁ ୨ ଥର ହାରିଛନ୍ତି । ଏବେ ରାଜ୍ୟସଭା ଯାଇଛନ୍ତି । ସେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି । ସେ ଦଳରୁ ଆଉ କେତେ ନେଇଥାନ୍ତେ । ଗତ ୪ ବର୍ଷରେ ଦଳ ପାଇଁ ତାଙ୍କର କୌଣସି ଅବଦାନ ନାହିଁ । ଦଳର ପ୍ରତିକୂଳ ପରିସ୍ଥିତିରେ ସେ ଦଳ ସହ ନାହାନ୍ତି । ସେ ବ୍ୟକ୍ତିଗତ ସ୍ୱାର୍ଥ ଦଳ ଛାଡିଛନ୍ତି ।

Also Read:- ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ

କଟକରେ ତାଙ୍କର ସଂଗଠନ ନାହିଁ । ଦିଲ୍ଲୀରେ କେବେ ତାଙ୍କ ସ୍ୱର ନଥିଲା । ଅନେକ ଲୋକ ଅଛନ୍ତି ଦିଲ୍ଲୀରେ ଦଳର ସ୍ୱର ଉଠାଇବା ପାଇଁ । ଦଳରେ ବର୍ତ୍ତମାନ କର୍ମୀ ସଂଖ୍ୟା ବଢ଼ୁଛନ୍ତି । ତାଙ୍କ ପ୍ରାପ୍ୟ ଠାରୁ ଅଧିକ ବିଜେଡି ଦେଇଛି ବୋଲି ଲେନିନ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଅଛନ୍ତି । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ । ଶଙ୍ଖ ଶିବିର ଛାଡ଼ି ପଦ୍ମ ଶିବିରରେ ଯୋଗ ଦେଇପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି ।