ଭୁବନେଶ୍ବର ୧୨।୯: ଭୋଗରାଇ ବଡ଼ପାହି ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ STFର ତଦନ୍ତ ଜାରି । STF ସ୍କାନରରେ ଜଣେ ହୋଟେଲ ବ୍ୟବସାୟୀ । ଦୀଘା ଗ୍ରାଣ୍ଡ୍ ହେରିଟେଜ ହୋଟେଲରେ ଡିଲ୍ ଚାଲିଥିଲା ବୋଲି ସନ୍ଦେହ କରାଯାଉଛି । ଗ୍ରାଣ୍ଡ୍ ହେରିଟେଜ ହୋଟେଲ ମାଲିକ ଏବେବି ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଜାଲ ବିଛାଇଛି STF ।

ଦୀଘାରୁ ପ୍ରାୟ ୨ ଶହ କିଲୋମିଟର ଦୂରରେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଚାଲିଛି । ଦୀଘା ପୋଲିସ ସହାୟତାରେ STFର ଏକାଧିକ ଟିମ୍ ଛାନଭିନ ଚଳାଇଛନ୍ତି । STF ବିଛାଇଥିବା ଜାଲରେ ଅଭିଯୁକ୍ତ ଧରାପଡ଼ିଲେ ଖୋଲିବ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରା ଚାଲାଣ ଘଟଣାର ରହସ୍ୟ ।

ସେପଟେ ଏହି ଘଟଣାରେ ବଙ୍ଗୀୟ ବାପା–ପୁଅଙ୍କ ସହ ୩ ଜଣଙ୍କୁ ଉଠାଇଛି STF । ବାପା–ପୁଅ ଥରେ କୋଲକାତା ଯାଇଥିଲେ । STF ଏକାଧିକ ଟିମ୍ ସେମାନଙ୍କୁ ଧରିବା ପାଇଁ ଅଧା କୋଲକାତାକୁ ଘାଣ୍ଟି ପକାଇଲାଣି । ହାଓ୍ୱଡା ସ୍ଥିତ ତାଙ୍କ ଘରେ STF ଖୋଜାଖୋଜି କରିବା ସତ୍ତ୍ୱେ କାହାରିକୁ ପାଇନାହିଁ। ବାଲେଶ୍ଵରର ପ୍ରଭାବଶାଳୀ ବ୍ୟକ୍ତି ଜଣକ ଘଟଣା ଦିନ ହୋଟେଲକୁ ଯାଇନଥିବା ସୂଚନା ମିଳିଛି ।

ନ୍ୟୁ-ଦୀଘାର ଏକ ହୋଟେଲରେ STF ଟିମ୍ ଛାନଭିନ୍ କରିଛି । ସେଠାକାର ଅନ୍ୟ ଏକ ଦୋକାନର ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡୁଛି ଯେ ସୋମବାର ରାତି ୧୦ଟା ୫୬ ମିନିଟରେ କଳା ରଙ୍ଗର ଥାର୍ ଓ ତା' ପଛେ ପଛେ ଆଉ ଏକ ଧଳା କାର୍ ଯାଉଥିଲା । ଏହି ଦୁଇଟି ଗାଡ଼ି ମୁଖ୍ୟ ରାସ୍ତା ଛାଡ଼ି ଗଳିକନ୍ଦିରେ ଘୂରି ବୁଲିଥିଲା । ଥାର୍ ଗାଡ଼ିଟି ରାତି ୧୧ଟା ୩୫ରେ ଭୋଗରାଇର ଓରାଙ୍ଗ ଉଟାନ୍ ଉଦ୍ଧାରସ୍ଥଳକୁ ଯାଇ ୧୨ ମିନିଟ୍‌ରେ ଫେରିଥିବାର ଦୃଶ୍ୟ ଏକ ସାର ବିକ୍ରୟ କେନ୍ଦ୍ରର ସିସିଟିଭି କ୍ୟାମେରା ଫୁଟେଜ୍ କଏଦ ହୋଇଛି ।

Also Read:- ଓରାଙ୍ଗଉଟାନ୍ ମାମଲାରେ ବଡ଼ ଖୁଲାସା! ବାପ-ପୁଅ ସମେତ ୩ ଜଣଙ୍କୁ ଉଠାଇଲା STF

ଦୀଘାରୁ ବଡ଼ପାହିର ଦୂରତା ପ୍ରାୟ ୨୨ କି.ମି. । ଥାର୍‌ଟି ଅଧଘଣ୍ଟା ଭିତରେ ଏତିକି ଦୂରତା ଅତିକ୍ରମ କରି ଆସିଥିବ ବୋଲି ଏକରକମର ସ୍ପଷ୍ଟ ହୋଇଛି । ଉକ୍ତ ହୋଟେଲରେ ୬ ଜଣ ଚାଲାଣକାରୀ ରହୁଥିଲେ । ୩ ଜଣଙ୍କ ନାମ ହୋଟେଲ ରେଜିଷ୍ଟାରରେ ଉଲ୍ଲେଖ ରହିଛି । କିନ୍ତୁ ବାକି ୩ ଜଣଙ୍କ କୌଣସି ଠିକଣା ନାହିଁ । ୩ ଜଣ ଅଟକଙ୍କ ଭିତରୁ ଜଣେ କଳା ଥାର୍ ଗାଡ଼ି ଚାଳକ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Watch Video: