କେନ୍ଦ୍ରାପଡା, ୩୦/୧୦ : ଗାଁରୁ ମିଳିଲା ମୁଣ୍ଡ ନଥିବା ମୃତଦେହ । ବନ୍ଧରେ ଦେଖିଲେ ଲୋକେ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଲୁଣାନଦୀ ବନ୍ଧରେ ଜଣେ ଅପରିଚିତ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଠାବ ହୋଇଛି l

Also Read :- ବଙ୍ଗୋପସାଗରରେ ଡବଲ୍ ବିପଦ : ଏବେ ଗୋଟିଏ, ଆଉ ଗୋଟିଏ ନଭେମ୍ବରରେ ଆସିବ ! ଛାଡିବନି ବର୍ଷା

ସ୍ଥାନୀୟ ମାହାରାକୂଳ ଗାଁ ଲୋକେ ଆଜି ସକାଳୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ l ନିକଟରେ ଦୁଇଟି ଚପଲ ମଧ୍ୟ ପଡିଛି । ଏହା ବ୍ୟତୀତ ଅନ୍ୟ କିଛି ଠାବ ହୋଇ ନାହିଁ l ନଦୀ ବନ୍ଧ ଉପରେ ରକ୍ତ ଛିଟା ପଡିଥିବା ମଧ୍ୟ ଦେଖିବାକୁ ମିଳିଛି l ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି l ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି ।