ମେଷ - ଆଜି ଆତ୍ମବିଶ୍ୱାସ ବଢ଼ିବ ଓ ଅଟକିଥିବା କାମ ଆଗକୁ ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ପୁରୁଣା ପ୍ରାପ୍ୟ ଧନ ମିଳିବାର ସମ୍ଭାବନା ରହିଛି । ପରିବାରରେ ଖୁସିର ପରିବେଶ ରହିବ । ଦୂରଯାତ୍ରା ଯୋଜନା ସଫଳ ହୋଇପାରେ ।

ବୃଷ - କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ଘରେ କୌଣସି ଶୁଭ କାର୍ଯ୍ୟର ଯୋଜନା ହୋଇପାରେ । ସ୍ୱାସ୍ଥ୍ୟ ସାଧାରଣ ରହିବ । ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ।

ମିଥୁନ - ନୂଆ ସୁଯୋଗ ମିଳିବ ଓ ଆପଣଙ୍କ ପ୍ରତିଭାର ପ୍ରଶଂସା ହେବ । ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିପାରେ । ବ୍ୟବସାୟରେ ନୂଆ ସମ୍ପର୍କ ଲାଭଦାୟକ ହେବ । ପ୍ରେମ ସମ୍ପର୍କ ମଧୁର ରହିବ । ନିବେଶ ପାଇଁ ଦିନଟି ଭଲ ।

କର୍କଟ - ଘାତ ଚନ୍ଦ୍ର ଥିବାରୁ ଆଜି ମାନସିକ ଚାପ, ଅନାବଶ୍ୟକ ଦୌଡ଼ାଦୌଡ଼ି ଓ କାର୍ଯ୍ୟରେ ବିଳମ୍ବ ଦେଖାଯାଇପାରେ । କାହା ସହିତ ବାଦବିବାଦରୁ ଦୂରେ ରୁହନ୍ତୁ । ଧନ କାରବାରରେ ସତର୍କ ରହନ୍ତୁ । ସ୍ୱାସ୍ଥ୍ୟ ଓ ଯାତ୍ରାରେ ବିଶେଷ ସାବଧାନତା ଆବଶ୍ୟକ । ଧୈର୍ଯ୍ୟ ରଖିଲେ ପରିସ୍ଥିତି ସମ୍ଭାଳି ନେବେ ।

ସିଂହ - ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ଓ ଉତ୍ସାହ ବୃଦ୍ଧି ପାଇବ । ନୂଆ କାମ ଆରମ୍ଭ କରିପାରନ୍ତି । ସମାଜରେ ମାନସମ୍ମାନ ବଢ଼ିବ । ବ୍ୟବସାୟ ଓ ଚାକିରିରେ ଭଲ ଫଳ ମିଳିବ । ପରିବାର ସହ ସୁଖଦ ସମୟ କଟିବ ।

କନ୍ୟା - ଆଜି ଧୈର୍ଯ୍ୟର ସହ କାମ କରନ୍ତୁ । ଅନାବଶ୍ୟକ ଚିନ୍ତାକୁ ଦୂରେ ରଖନ୍ତୁ । କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ । ଆର୍ଥିକ ସ୍ଥିତି ସ୍ଥିର ରହିବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ।

ତୁଳା - ମିତ୍ରଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ । ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ । ଆୟ ବୃଦ୍ଧିର ସୁଯୋଗ ମିଳିବ । ପରିବାରରେ ଆନନ୍ଦ ରହିବ । ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା - କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବ କିନ୍ତୁ ସଫଳତା ମଧ୍ୟ ମିଳିବ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଆର୍ଥିକ ପକ୍ଷ ମଜବୁତ ରହିବ । ଜମି କିମ୍ବା ଯାନ ସମ୍ବନ୍ଧୀୟ କାମରେ ଲାଭ ହୋଇପାରେ । ପରିବାରର ସମର୍ଥନ ମିଳିବ ।

ଧନୁ - ଭାଗ୍ୟର ସହଯୋଗ ମିଳିବ । ଦୂରଯାତ୍ରା କିମ୍ବା ଧାର୍ମିକ କାର୍ଯ୍ୟର ଯୋଗ ରହିଛି । ଉଚ୍ଚ ଶିକ୍ଷା ଓ ପ୍ରତିଯୋଗିତାରେ ଶୁଭ ଫଳ ମିଳିବ । ବ୍ୟବସାୟରେ ଲାଭ ହେବ । ପରିବାରରେ ସୁଖ ଶାନ୍ତି ରହିବ ।

ମକର - ଘାତ ଚନ୍ଦ୍ର ପ୍ରଭାବରୁ କାର୍ଯ୍ୟରେ ବାଧା, ମାନସିକ ଅସ୍ଥିରତା ଓ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । କାହାକୁ ଧନ ଧାର ଦେବା କିମ୍ବା ବଡ଼ ନିଷ୍ପତ୍ତି ନେବାରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ସନ୍ଧ୍ୟା ପରେ ପରିସ୍ଥିତିରେ କିଛି ସୁଧାର ହୋଇପାରେ ।

କୁମ୍ଭ - ଭାଗୀଦାରୀ କାମରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ମଧୁର ରହିବ । ବ୍ୟବସାୟରେ ଭଲ ଲାଭ ହେବ । ନୂଆ ସମ୍ପର୍କ ଭବିଷ୍ୟତରେ ଉପକାରୀ ହେବ । ଧନ ପ୍ରାପ୍ତିର ସୁଯୋଗ ରହିଛି ।

ମୀନ - ଶତ୍ରୁ ପକ୍ଷ ଦୁର୍ବଳ ରହିବ ଓ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ଉନ୍ନତିର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ସୁଧାର ଆସିବ । ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ପରିଶ୍ରମର ଭଲ ଫଳ ପାଇବେ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682