ଭୁବନେଶ୍ୱର, ୦୫/୧୧ : ମୁରାସୁ ବାତ୍ୟା ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନଟ ଲଘୁଚାପ ହୋଇଛି। ଗୁରୁବାର ରାତି ଭିତରେ ଆହୁରି ଦୁର୍ବଳ ହୋଇ ତେଲେଙ୍ଗାନା ଓ ଆନ୍ଧ୍ର ଉପକୂଳ ଅଞ୍ଚଳ ଉପରେ ରହିବ। ଏହା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବୁଧବାର ହାଲୁକାରୁ ସ୍ବଳ୍ପ ବର୍ଷା ହୋଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷା ନାହିଁ । କିନ୍ତୁ, ପ୍ରତିଦିନ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ। ବର୍ଷା ସମ୍ଭାବନା ଅଛି। କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସାଙ୍ଗକୁ ୩୦-୪୦ କିଲୋମିଟର ବେଗରେ ପବନ ହୋଇପାରେ।

Also Read :-କୋଟିଆ ପ୍ରସଙ୍ଗରେ ନବୀନଙ୍କ ଚିଠିକୁ ପ୍ରଭାତୀଙ୍କ କାଉଣ୍ଟର, ପୁଣି ଆରମ୍ଭ ହେଲା ରାଜନୈତିକ ବୟାନବାଜି

ସେହିପରି ୬ ଓ ୭ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ ସହ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ୮ ତାରିଖରୁ ପାଗ ପୂରା ଶୁଖିଲା ରହିବ। ଆସନ୍ତା ୨ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହାପରେ ପରବର୍ତ୍ତୀ ୫ ଦିନ ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ।