ବ୍ରହ୍ମପୁର ୩୧।୧୦ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସୃଷ୍ଟ ଅତିପ୍ରବଳ ବର୍ଷା ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚିଛି। ବର୍ଷା ଛାଡ଼ିଯାଇଥିଲେ ବି ଋଷିକୁଲ୍ୟା, ଘୋଡ଼ାହାଡ଼ ଓ ବାହୁଦା ଆଦି ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଧରାକୋଟ, ଶେରଗଡ଼, ଆସିକା, ଭଞ୍ଜନଗର ଓ ହିଞ୍ଜିଳିକାଟୁ ଅଞ୍ଚଳରେ ୧୦ ଫୁଟ୍ ରୁ ଅଧିକ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଥିବା ବେଳେ ୭୩ଟି ଗାଁ ଜଳମଗ୍ନ ରହିଛି।

ଆସିକା-ସୋରଡ଼ା, ଆସିକା-ଭଞ୍ଜନଗର ଓ ବ୍ରହ୍ମପୁର ସଂଯୋଗକାରୀ ପ୍ରମୁଖ ରାସ୍ତାଗୁଡ଼ିକ ଧୋଇଯିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ବିଶେଷକରି ଦିଗପହଣ୍ଡି ବ୍ଲକ୍ ର ବାଙ୍କେଶ୍ୱରୀ ଘାଟି ରାସ୍ତା ଧସିଯିବାରୁ ପାହାଡ଼ ପାଦଦେଶରେ ଥିବା ବିଡ଼ିବାଟିଆ, ଇନ୍ଦିରାଆବାସ ଓ ନୂଆଗାଁ ସହ ୮ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଉଦ୍ଧାର କାର୍ଯ୍ୟରେ NDRF, ODRAF ଓ ଅଗ୍ନିଶମ ବାହିନୀର ୧୦୦ରୁ ଅଧିକ ଟିମ୍ ସହ ଶତାଧିକ ଯବାନ ନିୟୋଜିତ ଅଛନ୍ତି। ପାଣି ଧୀରେ ଧୀରେ ହ୍ରାସ ପାଉଥିଲେ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଓ ଖାଦ୍ୟର ଅଭାବ ଯୋଗୁଁ ଦୁର୍ଗତଙ୍କ ଦୁର୍ଦ୍ଦଶା ଦ୍ୱିଗୁଣ ହୋଇଛି।

Also Read:-Landslide Deaths Odisha: ଭୂସ୍ଖଳନରେ ନିଖୋଜ ଥିଲେ ପରିବାର, ମିଳିଲା ୩ ଜଣଙ୍କ ମୃତଦେହ; ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା