ଭୁବନେଶ୍ୱର : କୋପ ଦେଖାଇଲାଣି ବାତ୍ୟା ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ସ୍ଥଳଭାଗକୁ ମାଡ଼ି ଆସୁଛି । ବାତ୍ୟା ଅର୍ଣ୍ଣବ ଆନ୍ଧ୍ର ପ୍ରଦେଶର କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବ ମଧ୍ୟ ଓଡ଼ିଶାରେ ଅନୁଭୂତ ହେଲାଣି। ଦକ୍ଷିଣ ଓଡ଼ିଶାଠୁ ନେଇ ଉପକୂଳ ପର୍ଯ୍ୟନ୍ତ ବର୍ଷା ଆରମ୍ଭ ହେବା ସହ ପବନ ବହିବାରେ ଲାଗିଛି। ତେବେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପାଇଁ ୨ଜିଲ୍ଲାକୁ ରେଡ୍ ଆଲର୍ଟ, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ପବନର ବେଗ ରହିବ ୪୦ ରୁ ୫୦ ଓ ଝଟକା ପବନ ୫୦ କିମି ରହିପାରେ। ସେହିପରି କୋରାପୁଟ, ମାଲକାନଗିରିରେ ବର୍ଷା ସହ ପବନର ବେଗ ଅଧିକ ରହିବ ଅର୍ଥାତ ଘଣ୍ଟା ପ୍ରତି ପବନର ବେଗ ୫୦ ରୁ ୬୦ କିମ୍ବା ଝଟକା ପବନ ୭୦ କିମି ରହିବ।

ବଡ଼ କଥା ହେଉଛି ଅର୍ଣ୍ଣବ ଲ୍ୟାଣ୍ଡ୍ ଫଲ କରିବା ପରେ ଆରମ୍ଭ ହେବ ଅଗ୍ନିଶମ ବିଭାଗର କାର୍ଯ୍ୟ ।  ବିଶେଷ କରି ଏଥର ପାହାଡିଆ ଅଞ୍ଚଳରେ ମାଟି ଅତଡା ଖାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।  ଏଥିପାଇଁ ଜିଲ୍ଲା ପ୍ରଶାସନ ମିଳିତ ଭାବେ କିଭଳି ସେହି ଅଞ୍ଚଳରୁ ମାଟି ପଥର ସଫା କରି ରାସ୍ତାକୁ ଲୋକଙ୍କ ଯାତାୟତରେ ସୁବିଧା କରାଯାଇ ପାରିବ ତାର ବ୍ୟବସ୍ଥା କରାଯାଇଛି । ଖାଲୁଆ ଅଞ୍ଚଳରେ ପାଣି ଜମିବା ଠାରୁ ଆରମ୍ଭ କରି ଗଛ ପଡ଼ିବା ବିଦ୍ୟୁତ ଖୁଣ୍ଟ ଉପୁଡିଲେ ତାର ତ୍ବରିତ ମରାମତି କରିବା ପାଇଁ ଆଗ୍ନୀକ ମାନେ ପ୍ରସ୍ତୁତ ଅଛନ୍ତି । ପ୍ରତି ଜିଲ୍ଲା ଓ କ୍ଷୟକ୍ଷତି ହେବା ଆଶା କରାଯାଉଥିବା ସ୍ଥାନରେ ଉନ୍ନତ ମାନର ଜନ୍ତ୍ରପାତି ଓ ଟ୍ରେଣ୍ଡ ଅଫିସରଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି ଅଗ୍ନିସମ ଡିଜି।

Also Read- Cyclone Arnab : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୀରେ ବର୍ଷା, ସମୁଦ୍ରକୂଳରେ ଲାଗିଲା ନାଲି ପତାକା