ଆସିକା: ବାତ୍ୟା ଅର୍ଣ୍ଣବ ଗଞ୍ଜାମ ଜିଲ୍ଲାରେ ସବୁ କିଛି ଉଜାଡ଼ି ଦେଇଛି  l କାହାର ଘର ଭାଙ୍ଗିଛି ତ ଆଉ କାହାର ଫସଲ ନଷ୍ଟ ହୋଇଛି l ଏହାରି ଭିତରେ ବାତ୍ୟା ଛାଡ଼ିବାର ୧୨ ଦିନ ପରେ ବି ସ୍ଥିତି ସୁଧୁରି ପାରିନି l ବାତ୍ୟାରେ ପ୍ରଭାବିତ ହୋଇଥିବା ଅନେକ ସ୍କୁଲରୁ ଏବେ ବି ପଙ୍କ ଓ କାଦୁଅ ସଫା ଚାଲିଥିବା ବେଳେ ସ୍କୁଲ ଗୁଡିକ ବନ୍ଦ ରହିଛି l ସ୍କୁଲ ପରିସରରୁ ବିଷାକ୍ତ ସାପ ବାହାରୁ ଥିବା ବେଳେ ଦୁର୍ଗନ୍ଧ ବାହାରୁଛି l ସ୍କୁଲର ସ୍ଥିତି ସୁଧୁରିବା ନଯାଏ କେମିତି ଖୋଲିବ ସ୍କୁଲ୍ ସେ ନେଇ ଚିନ୍ତାରେ ସମସ୍ତେ।

ବାତ୍ୟା ଅର୍ଣ୍ଣବ ଛାଡ଼ିଛି ଦୁର୍ଦ୍ଦଶା ବଢ଼ିଛି l ଏବେ ବି ଗଞ୍ଜାମ ଜିଲ୍ଲାର ଅନେକ ସ୍କୁଲର ସ୍ଥିତି ସୁଧୁରି ନଥିବା ବେଳେ ସ୍କୁଲରୁ ପଙ୍କ କାଦୁଅ ସଫା ଚାଲିଛି l ବାତ୍ୟା ସବୁ କିଛି ଧୋଇ ନେଇଥିବା ବେଳେ ସ୍କୁଲ ପିଲାଙ୍କ ବହିପତ୍ର ଠାରୁ ଆରମ୍ଭ କରି ସାଇନ୍ସ ଲ୍ୟାବର ଅନେକ ସାମଗ୍ରୀ , କମ୍ପ୍ୟୁଟର ସବୁ ବନ୍ୟା ପାଣିରେ ନଷ୍ଟ ହୋଇଛି l ଏବେ ବି ଆସିକାର ପାଞ୍ଚଟି ସ୍କୁଲରେ ପଙ୍କ କାଦୁଅ ସଫା ଚାଲିଥିବାରୁ ସ୍କୁଲ୍ ବନ୍ଦ ରହିଛି l  ଏମିତି ଦୃଶ୍ୟ ହେଖିବାକୁ ମିଳିଛି ଆସିକା ବସଷ୍ଟାଣ୍ଡ ପ୍ରାଥମିକ ସ୍କୁଲ ପରିସରର l ଏବେବି ସ୍କୁଲ୍ ଭିତରେ ବନ୍ୟା ପାଣି ଜମିଛି l ସ୍କୁଲ ପରିସରର ପାଣି ଶୁଖି ନଥିବା ବେଳେ ଦୁର୍ଗନ୍ଧ ବାହାରୁଛି l

ଆଉ ଏକ ଦୃଶ୍ୟ ପୂର୍ବତନ ବୋର୍ଡ ବାଳିକା ପ୍ରକଲ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର l ଏବେବି ସ୍କୁଲ୍ ଭିତରେ ରହିଛନ୍ତି ଅନେକ ବନ୍ୟା ବିପନ୍ନ l ସେମାନଙ୍କୁ ସ୍ଥାନାନ୍ତର ନହେବା ଯାଏଁ ପିଲା ମାନେ କେଉଁଠି  ପଢିବେ l ସେଥିପାଇଁ ସ୍କୁଲ୍ ବନ୍ଦ ରହିଛି l ସେହିପରି ତୃତୀୟ ଦୃଶ୍ୟଟି ହେଇଛି ପିଏମ୍ ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ ଆସିକା ଯୋଉଠି ଶିଶୁ ବାଟିକା ଠାରୁ ଆରମ୍ଭ କରି ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢ଼ନ୍ତି l ହେଲେ ବାତ୍ୟା ପରେ ସ୍କୁଲ ସ୍ଥିତି ଏଯାଏଁ ସୁଧୁରିନି l

ବନ୍ୟା ପାଣିରେ ପିଲାଙ୍କ ପାଠ୍ୟ ପୁସ୍ତକ ଠାରୁ ଆରମ୍ଭ କରି ସ୍କୁଲ ସାଇନ୍ସ ଲ୍ୟାବର ସମସ୍ତ ସରଞ୍ଜାମ ପାଣିରେ ବୁଡ଼ି ନଷ୍ଟ ହୋଇଛି l ସ୍କୁଲ ପରିସରରୁ ପଙ୍କ କାଦୁଅ ସଫା ଚାଲିଥିବା ବେଳେ ସ୍କୁଲ ରୁମରୁ ବିଷାକ୍ତ ସାପ ବାହାରୁଛି l ସେଥିପାଇଁ ସ୍କୁଲ ବନ୍ଦ ରହିଛି l ହେଲେ ଆଗକୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଥିବାରୁ  ପିଲାଙ୍କ ଭବିଷ୍ୟତକୁ ଦୁଷ୍ଟିରେ ରଖି କ୍ଲାସ କରାଯାଉଛି l ସେହିପରି ପ୍ରକଲ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପୂର୍ବତନ ବୋର୍ଡ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସୁଧରି ନଥିବାରୁ ସ୍କୁଲ ଖୋଲା ଯାଇ ପାରୁ ନାହିଁ l

ପ୍ରଭାବିତ ସ୍କୁଲର ସ୍ଥିତି ସୁଧାରିବା ପାଇଁ ପ୍ରୟାସ ଚାଲିଛି l ସ୍କୁଲ ପରିସରରୁ କାଦୁଅ ଓ ପଙ୍କ ସଫା କରିବା ସହ ବ୍ଲିଚିଙ୍ଗ ପାଉଡର ପକାଇ ସାନିଟାଇଜ କରାଯାଇଛି l ବନ୍ୟା ପାଣିରେ ନଷ୍ଟ ହୋଇଥିବା ସରଞ୍ଜାମ ଗୁଡିକୁ ଭଲ ଭାବେ ସଫା କରି ଖରାରେ ସୁଖା ଯାଇଛି l ଆଜି ସ୍କୁଲ ଗୁଡିକର ସ୍ଥିତି  ସମ୍ପୂର୍ଣ୍ଣ ଭାବେ ସୁଧୁରି ଯିବ।  ବନ୍ଦ ଥିବା ସ୍କୁଲ ଗୁଡିକ ଆସନ୍ତାକାଲି ଖୋଲାଯିବ l ପୂର୍ବ ପରି କ୍ଲାସ୍ ଓ ପାଠ ପଢା ଆରମ୍ଭ ହେବ କହିଛନ୍ତି ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ l

​​​​​​​

ବାତ୍ୟା ପରେ ସ୍କୁଲ ଗୁଡିକର ସ୍ଥିତି ସୁଧାରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ଏବେବି ଅନେକ ସମସ୍ୟା ରହିଛି l ସ୍କୁଲ ପରିସରରୁ ଦୁର୍ଗନ୍ଧ ସହ ବିଷାକ୍ତ ସାପ ବାହାରୁଛନ୍ତି l ଯାହାକୁ ନେଇ କେମିତି ପାଠ ପଢା ଆରମ୍ଭ ହେବ ସେ ନେଇ ସମସ୍ତେ ଚିନ୍ତାରେ।