ଆଠଗଡ଼ ୨୩।୩: ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ସାଇକେଲରେ ଯାଉଥିବା ବେଳେ ପଛରୁ ଧକ୍କା ଦେଲା ବସ୍ । ଦୁର୍ଘଟଣା ପରେ ଚାଳକ ବସ୍ ନେଇ ଫେରାର ହୋଇଯାଇଛି । ଦୁର୍ଘଟଣା ପ୍ରତିବାଦରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ ।

ସୂଚନାଯୋଗ୍ୟ ଯେ, ୬୫ ନମ୍ବର ରାଜ୍ୟ ରାଜପଥ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱର ଛକ ନିକଟରେ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଚମ୍ପେଶ୍ୱର ବଜାରର ନିରଞ୍ଜନ ରାଉଳ । ସେ ସାଇକେଲ ଯୋଗେ ଯାଉଥିବା ବେଳେ ‘ମହାଳିକ୍’ ନାମକ ଏକ ଘରୋଇ ବସ୍ ପଛରୁ ଧକ୍କା ଦେଇଥିଲା । ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ ବସ୍‌ଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି । ପ୍ରତିବାଦରେ ବଡମ୍ବା-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ଘଟଣାସ୍ଥଳରେ କାନପୁର ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

Also Read:- ଥାନା ଉପରେ ଚଢ଼ିଗଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ