କଟକ: ଟାର୍ଗେଟ ଥିଲେ କଟକର ଜଣେ ବହି ବ୍ୟବସାୟୀ । ରାସ୍ତାରୁ ହଟାଇବାକୁ ଦିଆଯାଇଥିଲା ଦେଢ଼ ଲକ୍ଷ୍ୟର ସୂପାରୀ। ୫୦,୦୦୦ ଟଙ୍କା ଅଗ୍ରୀମ ନେଇଥିଲେ ସୁପାରୀ କିଲର । ବହି ବ୍ୟବସାୟୀଙ୍କୁ ରାସ୍ତାରୁ ହଟାଇବେ କଣ, ଅନ୍ୟ ଜଣେ ମରଣାନ୍ତକ ଆକ୍ରମଣର ଶିକାର ହେଲେ । ମର୍କତ ନଗର ପୋଲିସ ଏହି ମରଣାନ୍ତକ ଆକ୍ରମଣ ଘଟଣା ଖୋଲତାଡ କରି ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଗୁମର ଖୋଲିଛି।

ମରଣାନ୍ତକ ଆକ୍ରମଣ ଏବଂ ସୁପାରୀ କିଲିଂ ଷଡଯନ୍ତ୍ର ମାମଲାର ପର୍ଦ୍ଦାଫାଶ କରିଛି। ସୁପାରୀ କିଲିଂ ଷଡଯନ୍ତ୍ରକାରୀ ସମେତ ତିନି ଜଣଙ୍କୁ ମର୍କତ ନଗର ଥାନା ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ କାର, ଗୋଟିଏ ବାଇକ ଏବଂ ଗୋଟିଏ ଖଣ୍ଡା ପୋଲିସ ଜବତ୍ କରିଛି। ଅଭିଯୁକ୍ତ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ବ୍ୟବସାୟିକ ଶତ୍ରୁତା ଲାଗି ଚନ୍ଦନ ଭୋଳ, ଦେଢ଼ ଲକ୍ଷ ଟଙ୍କାର ସୁପାରୀ ଦେବାକୁ ଷଡଯନ୍ତ୍ର ରଚିଥିଲା।

Also Read: ଚତୁର୍ଥୀ ରାତିରେ କନ୍ୟାଙ୍କ ଅଜବ ସର୍ତ୍ତ: ୯୦ ଲକ୍ଷ ଦେଲେ ସେକ୍ସ କରିବ, ନଦେବାରୁ…

ଅନ୍ୟ ଅଭିଯୁକ୍ତ ଶିଶିର ଜେନା ଏବଂ ରାଜେଶ ନାୟକ ଗିରଫ ହୋଇଛନ୍ତି। ଶିଶିର ଜେନା ଭୁବନେଶ୍ଵରରେ ନିଜକୁ ସମାଜସେବୀର ପରିଚୟ ଦେଇଥାଏ। ତାର ଏକ ନିଶା ନିବାରଣ କେନ୍ଦ୍ର ରହିଛି। ପୂର୍ବରୁ ରାକେଶ ବେହେରା ଏହି ମାମଲାରେ ଗିରଫ ହୋଇଥିଲା। ସୂଚନାଯୋଗ୍ୟ ମର୍କତ ନଗର ଥାନା ସେକ୍ଟର ୬ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କିଛି ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ପୋଲିସ ଏହି ମାମଲାର ତଦନ୍ତ କରିବ ପରେ ଚଞ୍ଚକ୍ୟକର ଏକ ତଥ୍ୟ ହାସଲ କରିଥିଲେ।