ନୂଆଦିଲ୍ଲୀ ୦୯।୦୫; କାରିବିୟାନ୍ ପ୍ରିନ୍ସେସ୍ (Caribbean Princess) କ୍ରୁଜ୍ ଜାହାଜରେ 'ନୋରୋଭାଇରସ୍' (Norovirus) ର ବଡ଼ ଧରଣର ସଂକ୍ରମଣ ଦେଖାଦେଇଛି । ହନ୍ତା ଭାଇରସ୍ ପରେ ଏହି ଭାଇରସ୍ ଏବେ ଦେଖାଦେଇଛି । ଯାହା ବିଗତ କିଛି ଦିନ ତଳେ ଲୋକଙ୍କୁ ଚକିତ କରିଥିଲା । ନୋରୋଭାଇରସ୍ କଣ ଏହା ବିଷୟରେ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କାରିବିୟାନ୍ ପ୍ରିନ୍ସେସ୍ ରେ ଯାଉଥିବା ସମସ୍ତ ଯାତ୍ରୀ ଏହି ବିଳାସପୂର୍ଣ୍ଣ କ୍ରୁଜ୍ ଜାହାଜଟି ନିଜ ଯାତ୍ରା ସମୟରେ ଅରୁବା, ବୋନେର, ପୁଏର୍ତ୍ତୋ ରିକୋ ଏବଂ ବାହାମାସ ଭଳି ସୁନ୍ଦର ପର୍ୟ୍ୟଟନ ସ୍ଥଳୀରେ ଅଟକିଥିଲା । କିନ୍ତୁ ଯାତ୍ରା ଶେଷ ହେବା ପୂର୍ବରୁ ଜାହାଜରେ ଥିବା ୧୦୨ ଜଣ ଯାତ୍ରୀ ଏବଂ ୧୩ ଜଣ କ୍ରୁ ସଦସ୍ୟ (ମୋଟ ୧୧୫ ଜଣ) ଏହି ଭାଇରସ୍ରେ ସଂକ୍ରମିତ ହୋଇଥିବା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ (CDC) ସୂଚନା ଦେଇଛି ।

ନୋରୋଭାଇରସ୍ କ’ଣ ଏବଂ ଏହା କିପରି ବ୍ୟାପେ?ନୋରୋଭାଇରସ୍ ହେଉଛି ଏକ ଅତି ସଂକ୍ରାମକ ଭାଇରସ୍। ଯାହା ମୁଖ୍ୟତଃ ପେଟ ଏବଂ ଅନ୍ତନଳୀକୁ ଆକ୍ରମଣକରିଥାଏ । କିପରି ବ୍ୟାପେ, ସଂକ୍ରମିତ ବ୍ୟକ୍ତିଙ୍କ ହାତ ସଂସ୍ପର୍ଶରେ ଆସିଲେ, ଦୂଷିତ ଖାଦ୍ୟ କିମ୍ବା ପାଣି ପିଇଲେ ଏବଂ ଭାଇରସ୍ ଥିବା କୌଣସି ଜିନିଷକୁ ଛୁଇଁଲେ ଏହା ବ୍ୟାପିଥାଏ ।କ୍ରୁଜ୍ ଜାହାଜରେ କାହିଁକି ଦେଖାଯାଇଥାଏ । କ୍ରୁଜ୍ ଜାହାଜ ଗୁଡ଼ିକ ଏକ ବନ୍ଦ ଏବଂ ଅଳ୍ପ ଜାଗାରେ ଅଧିକ ଲୋକ ଥିବା ସ୍ଥାନ । ଏଠାରେ ଜଣେ ସଂକ୍ରମିତ ହେଲେ ଖୁବ୍ ଶୀଘ୍ର ଅନ୍ୟମାନଙ୍କ ପାଖକୁ ଏହି ଭାଇରସ୍ ପହଞ୍ଚିଯାଏ ।

ରୋଗର ଲକ୍ଷଣ: ପାଣି ଭଳି ପତଳା ଝାଡ଼ା ହେବା ।ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ।ସାମାନ୍ୟ ଜ୍ୱର ଏବଂ ଦେହ ହାତ ବିନ୍ଧା ହେବା । ଏହି ସଂକ୍ରମଣ ହଠାତ୍ ଜଣକ ପାଖରେ ହୋଇ ନଥିଲା, ବରଂ ସମ୍ପୂର୍ଣ୍ଣ ଯାତ୍ରା ସମୟରେ ଧୀରେ ଧୀରେ ବଢ଼ିଥିଲା । ସମସ୍ତ ଯାତ୍ରୀ ଏକା ସାଙ୍ଗରେ ଅସୁସ୍ଥ ହୋଇ ନଥିଲେ, ବରଂ ଜଣକ ପରେ ଜଣେ ଆକ୍ରାନ୍ତ ହୋଇଥିଲେ ।ଏବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଜାହାଜକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଇଛି । ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯିବା ସହ ଯାତ୍ରୀମାନଙ୍କୁ ବାରମ୍ବାର ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି । ସାଧାରଣତଃ ନୋରୋଭାଇରସ୍ ମାରାତ୍ମକ କିମ୍ବା ଜୀବନ ନେଲା ଭଳି ରୋଗ ନୁହେଁ । ଅଧିକାଂଶ ଲୋକ ୨ ରୁ ୩ ଦିନ ମଧ୍ୟରେ ସୁସ୍ଥ ହୋଇଯାଆନ୍ତି । ତଥାପି, ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ଏବଂ ସଫାସୁତୁରା ରହିବା ଏହାର ମୁଖ୍ୟ ଚିକିତ୍ସା ।

Also Read-ଆଉ ସୁରକ୍ଷିତ ନାହିଁ ଇନଷ୍ଟଗ୍ରାମ DM; ଲିକ ହୋଇପାରେ ଆପଣଙ୍କ ସିକ୍ରେଟ ଚାଟ, 'ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ' ବନ୍ଦ