ନୂଆଦିଲ୍ଲୀ: ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେବାର ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆଗାମୀ 'ୟୁଏଫା ନେସନ୍ସ ଲିଗ୍' ପାଇଁ ପର୍ତ୍ତୁଗାଲର ନୂତନ ମୁଖ୍ୟ କୋଚ୍ ଜୋର୍ଜେ ଜେସସ୍ ଘୋଷଣା କରିଥିବା ଦଳରେ ୪୧ ବର୍ଷୀୟ ରୋନାଲ୍ଡୋଙ୍କୁ ସାମିଲ କରାଯାଇଛି। ୨୦୨୬ ଫିଫା ବିଶ୍ୱକପ୍‌ର ରାଉଣ୍ଡ-ଅଫ୍-୧୬ରେ ସ୍ପେନ୍ ନିକଟରୁ ପରାଜିତ ହେବା ପରେ ଏହା ତାଙ୍କର ଶେଷ ବିଶ୍ୱକପ୍ ବୋଲି ରୋନାଲ୍ଡୋ କହିଥିଲେ ମଧ୍ୟ ସେ ସନ୍ନ୍ୟାସ ଘୋଷଣା କରିନଥିଲେ।

ରୋବର୍ଟୋ ମାର୍ଟିନେଜ୍‌ଙ୍କ ପଦତ୍ୟାଗ ପରେ ଜୋର୍ଜେ ଜେସସ୍‌ଙ୍କୁ ପର୍ତ୍ତୁଗାଲର ନୂତନ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସାଉଦି ପ୍ରୋ ଲିଗ୍‌ରେ 'ଅଲ-ନାସର୍' କ୍ଲବ୍‌ରେ କୋଚିଂ ଦେବା ସମୟରେ ଜେସସ୍ ଓ ରୋନାଲ୍ଡୋ ଏକାଠି ଲିଗ୍ ଟାଇଟଲ୍ ଜିତିଥିଲେ। ରୋନାଲ୍ଡୋଙ୍କୁ କୌଣସି ସ୍ୱତନ୍ତ୍ର ସୁବିଧା ଦିଆଯିବ ନାହିଁ ବୋଲି ଜେସସ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ‘ଯଦି ସେ ଭଲ ପ୍ରଦର୍ଶନ କରିବେ, ତେବେ ଖେଳିବେ; ନଚେତ୍ ଖେଳିବେ ନାହିଁ । ମୋ ପାଇଁ ସମସ୍ତ ଖେଳାଳି ସମାନ।’

ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲରେ ୧୪୬ଟି ଗୋଲ୍ ସହ ସର୍ବାଧିକ ଗୋଲ ସ୍କୋରର। କ୍ୟାରିୟରରେ ସମୁଦାୟ ୯୭୯ ଗୋଲ୍ ସହ ସେ ୧୦୦୦ ଗୋଲ୍ ମାଇଲଖୁଣ୍ଟ ଆଡ଼କୁ ଅଗ୍ରସର ହେଉଛନ୍ତି।

ପୋର୍ଚୁଗାଲର ନେସନ୍ସ ଲିଗ୍ ମ୍ୟାଚ୍ ସୂଚୀ:

ସେପ୍ଟେମ୍ବର ୨୪: ପର୍ତ୍ତୁଗାଲ vs ୱେଲ୍ସ 

ସେପ୍ଟେମ୍ବର ୨୭: ନରୱେ vs ପର୍ତ୍ତୁଗାଲ

ଅକ୍ଟୋବର ୧: ଡେନମାର୍କ vs ପର୍ତ୍ତୁଗାଲ 

ଅକ୍ଟୋବର ୪: ପର୍ତ୍ତୁଗାଲ vs ନରୱେ 

ପର୍ତ୍ତୁଗାଲ ନେସନ୍ସ ଲିଗ୍ ସ୍କ୍ୱାଡ୍ 

ଗୋଲକିପର: ଡିଓଗୋ କୋଷ୍ଟା, ରୁଇ ସିଲଭା, ସାମୁଏଲ୍ ସୋଆରେସ୍

ଡିଫେଣ୍ଡର: ଗୋନ୍ସାଲୋ ଇନାସିଓ, ରେନାଟୋ ଭେଇଗା, ରୁବେନ୍ ଡିଆସ୍, ଟୋମାସ୍ ଆରାଉଜୋ, ଜୋଆଓ କାନସେଲୋ, ଡିଓଗୋ ଡାଲୋଟ୍, ନୁନୋ ତାଭାରେସ୍, ନୁନୋ ମେଣ୍ଡେସ୍

ମିଡଫିଲ୍ଡର: ବ୍ରୁନୋ ଫର୍ଣ୍ଣାଣ୍ଡେସ୍, ଜୋଆଓ ପାଲହିନ୍‌ହା, ରୁବେନ୍ ନେଭେସ୍, ଜୋଆଓ ନେଭେସ୍, ଭିଟିନ୍‌ହା, ବର୍ଣ୍ଣାଡୋ ସିଲଭା

ଫରୱାର୍ଡ: କ୍ରିଷ୍ଟିଆନୋ ରୋନାଲ୍ଡୋ, ଫାବିଓ ସିଲଭା, ଟ୍ରିଙ୍କାଓ, ଫ୍ରାନ୍ସିସ୍କୋ କୋନ୍ସେଇସାଓ, ଗୋନ୍ସାଲୋ ରାମୋସ୍, ଜୋଆଓ ଫେଲିକ୍ସ, ପେଡ୍ରୋ ନେଟୋ, ରାଫାଏଲ୍ ଲେଆଓ