ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଗବେଷଣାତ୍ମକ ତଥ୍ୟ ସାମ୍ନାକୁ ଆସିଛି । ଏହା ମାନବ ମସ୍ତିଷ୍କ (Human Brain) ସମ୍ପର୍କରେ ଆମର ପୁରୁଣା ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ନୂତନ ବୈଜ୍ଞାନିକ ଅଧ୍ୟୟନ ଅନୁସାରେ, ମଣିଷର ମସ୍ତିଷ୍କ କେବଳ ଗୋଟିଏ ଅଙ୍ଗ ନୁହେଁ, ବରଂ ଏହା ଦୁଇଟି ପୃଥକ ଓ ସ୍ୱାଧୀନ ଅଙ୍ଗର ସମାହାର।

ମାନବ ମସ୍ତିଷ୍କର ଦୁଇଟି ଗୋଲାର୍ଦ୍ଧ କେବଳ ଗୋଟିଏ ଅଙ୍ଗର ଦୁଇଟି ଭାଗ ନୁହଁନ୍ତି। ସେଗୁଡ଼ିକର ବିକାଶ, କାର୍ଯ୍ୟଶୈଳୀ ଏବଂ ନ୍ୟୁରୋନାଲ ଗଠନ ଅତି ସୂକ୍ଷ୍ମ ଭାବରେ ଅଲଗା। ଏହା ଦର୍ଶାଉଛି ଯେ, ସେଗୁଡ଼ିକ ନିଜ ନିଜର ସ୍ୱାଧୀନ ନିୟନ୍ତ୍ରଣ ପ୍ରଣାଳୀ ସହ ଦୁଇଟି ଭିନ୍ନ ଅଙ୍ଗ ଭାବରେ କାର୍ଯ୍ୟ କରନ୍ତି।

ବାମ ମସ୍ତିଷ୍କ : ଏହା ମୁଖ୍ୟତଃ ଗାଣିତିକ ପ୍ରକ୍ରିୟା, ଯୁକ୍ତିତର୍କ, ଭାଷା ଏବଂ କ୍ରମାନ୍ୱୟରେ କାର୍ଯ୍ୟ କରିବାକୁ ସକ୍ଷମ।
ଡାହାଣ ମସ୍ତିଷ୍କ: ଏହା ରଚନାତ୍ମକତା, ଭାବନା, କଳା, ଆବେଗ ଏବଂ ଚିତ୍ରାତ୍ମକ ଚିନ୍ତନ ପାଇଁ କାର୍ଯ୍ୟ କରିଥାଏ।

ସାଧାରଣତଃ ଏହି ଦୁଇଟି ଅଙ୍ଗ 'କର୍ପସ୍ କାଲୋସମ୍' ନାମକ ଏକ ସ୍ନାୟୁ ଜାଲି ମାଧ୍ୟମରେ ପରଷ୍ପର ସହ ଯୋଗାଯୋଗ ରଖନ୍ତି। ଯଦିଓ ସେଗୁଡ଼ିକ ଏକାଠି ଶରୀରକୁ ସଞ୍ଚାଳିତ କରନ୍ତି, ପ୍ରତ୍ୟେକ ଗୋଲାର୍ଦ୍ଧ ନିଜର ସ୍ୱାଧୀନ ନିଷ୍ପତ୍ତି ନେବାରେ ସକ୍ଷମ। ଏହି ଆବିଷ୍କାର ଦ୍ୱାରା ପାର୍କିନ୍ସନସ, ଆଲଜାଇମର, ଷ୍ଟ୍ରୋକ୍ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗଗୁଡ଼ିକର ଚିକିତ୍ସାରେ ବିପ୍ଲବ ଆସିପାରିବ। 

ମସ୍ତିଷ୍କର କୌଣସି ଗୋଟିଏ ଭାଗ କ୍ଷତିଗ୍ରସ୍ତ ହେଲେ, ଅନ୍ୟ ଭାଗଟି କିପରି ସ୍ୱାଧୀନ ଭାବରେ କାର୍ଯ୍ୟ କରିପାରିବ, ସେ ନେଇ ନୂଆ ଔଷଧ ଓ ଥେରାପି ବିକଶିତ କରାଯାଇପାରିବ। ଏହି ନୂତନ ସନ୍ଧାନ ମାନବ ସଂଜ୍ଞାନ  ଏବଂ ବ୍ୟକ୍ତିତ୍ୱକୁ ବୁଝିବା ପାଇଁ ବିଜ୍ଞାନକୁ ଏକ ନୂଆ ଦିଗ ଦେଖାଇଛି।