ପାକିସ୍ତାନ : ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଭୟଙ୍କର ଆତଙ୍କବାଦୀ ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ୧୨ ପୋଲିସ କର୍ମୀ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସଶସ୍ତ୍ର ଆତଙ୍କବାଦୀମାନେ ବାନୁ ଜିଲ୍ଲାର ଫତେଖେଲ ପୁଲିସ ଷ୍ଟେସନକୁ ଟାର୍ଗେଟ କରିଥିଲେ। ଫଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ଅନେକ ଜୀବନ ଯାଇଛି। ଏହି ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶ ଏବଂ ପ୍ରଶାସନକୁ ଦୋହଲାଇ ଦେଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଶନିବାର ସୁରକ୍ଷା ବାହିନୀ ବାନୁ ଜିଲ୍ଲାର ଫତେହ ଖେଳ ପୋଲିସ ଷ୍ଟେସନ ଉପରେ ବଡ଼ ଆତ୍ମଘାତୀ ଆକ୍ରମଣକୁ ପଣ୍ଡ କରିଦେଇଥିଲେ। ଆତ୍ମଘାତୀ ବିସ୍ଫୋରଣ ସମୟରେ ସୁରକ୍ଷା ବାହିନୀ ବିସ୍ଫୋରକ ଭର୍ତ୍ତି ଗାଡିଟିକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ନଷ୍ଟ କରିଦେଇଥିଲେ।

ସଶସ୍ତ୍ର ଆତଙ୍କବାଦୀମାନେ ପୁଲିସ ଷ୍ଟେସନକୁ ଘେରି ରହିଥିଲେ। ଭୟଙ୍କର ବିସ୍ଫୋରଣ ଯୋଗୁଁ ପୁଲିସ ଷ୍ଟେସନ ଚାରିପାଖରେ ଥିବା ଅନେକ ସାଧାରଣ ନାଗରିକଙ୍କ ଘର ଭାଙ୍ଗିରୁଜି ଯାଇଛି। ବିସ୍ଫୋରଣରେ ଅନେକ ଲୋକଙ୍କ ଘରର ଛାତ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବିସ୍ଫୋରଣ ପରେ, ବହୁ ସଂଖ୍ୟକ ଆତଙ୍କବାଦୀ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ।ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ମହମ୍ମଦ ସୋହେଲ ଆଫ୍ରିଦି ଏହି ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରି ଧନଜୀବନ କ୍ଷୟକ୍ଷତି ପାଇଁ ଗଭୀର ଶୋକ ଏବଂ ସମବେଦନା ପ୍ରକାଶ କରିଛନ୍ତି। ସମସ୍ତ ଆହତଙ୍କ ପାଇଁ ଯଥାଶୀଘ୍ର ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଏହି ଯୁଦ୍ଧ କେବଳ ତାଙ୍କ ପ୍ରଦେଶର ନୁହେଁ, ଏହା ଏକ ଦେଶବ୍ୟାପୀ ଯୁଦ୍ଧ ଏବଂ ପ୍ରତ୍ୟେକ ମୋର୍ଚ୍ଚାରେ ପୂର୍ଣ୍ଣ ଶକ୍ତି ସହିତ ଲଢ଼ାଯିବ।

ଆତଙ୍କବାଦ ଦ୍ୱାରା ପ୍ରଭାବିତ ପ୍ରତ୍ୟେକ ପରିବାର ସହିତ ପ୍ରାଦେଶିକ ସରକାର ଦୃଢ଼ ଭାବରେ ଠିଆ ହୋଇଛନ୍ତି। ଖୈବର ପଖତୁନଖ୍ୱା ପୁଲିସ ଦ୍ୱାରା ଦିଆଯାଇଥିବା ସର୍ବୋଚ୍ଚ ବଳିଦାନ ପ୍ରତି ମୁଖ୍ୟମନ୍ତ୍ରୀ ଆଫ୍ରିଦି ତାଙ୍କର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏହି ସାହସୀ ସହିଦମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଆତଙ୍କବାଦର ବିପଦ ସମ୍ପୂର୍ଣ୍ଣ ଭାବରେ ଦୂର ନହେବା ପର୍ଯ୍ୟନ୍ତ ପ୍ରୟାସ ଜାରି ରହିବ।

ଏହି ଆକ୍ରମଣ ପଛରେ କିଏ ଥିଲା?

ରଏଟର୍ସ ଅନୁଯାୟୀ, ଇତ୍ତେହାଦ-ଉଲ-ମୁଜାହିଦ୍ଦିନ୍ ନାମକ ଏକ ଆତଙ୍କବାଦୀ ମେଣ୍ଟ ଏହି ଆକ୍ରମଣର ଦାୟିତ୍ୱ ନେଇଛି। ଏପରି ଆତଙ୍କୀ ଆକ୍ରମଣ ପାକିସ୍ତାନର ଆଫଗାନିସ୍ତାନ ସୀମାରେ ପୁଣି ଶତ୍ରୁତା ସୃଷ୍ଟି କରିପାରେ ବୋଲି ଆଶଙ୍କା ରହିଛି। ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ମହମ୍ମଦ ସୋହେଲ୍ ଆଫ୍ରିଦି, ଫତେହ ଖେଳ ପୋଲିସ ଷ୍ଟେସନ୍ ଉପରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ ଏବଂ ଜୀବନ ଏବଂ ସମ୍ପତ୍ତି କ୍ଷତି ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଲେ କହିଥିଲେ "ଆମେ ଆମର ସହିଦମାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁ ନାହିଁ, ଏବଂ ଆତଙ୍କବାଦର ବିପଦ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ ନହେବା ପର୍ଯ୍ୟନ୍ତ ଆମେ ଆମର ପ୍ରୟାସ ଜାରି ରଖିବୁ।"

Also Read- ମୁଖ୍ୟମନ୍ତ୍ରୀ ହେଉ ହେଉ ବିଜୟଙ୍କ ବଡ଼ ଘୋଷଣା, ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ୱସ୍ତି, ଖୁସିଲେ ନାଚିଲେ ଜେନ୍‌-ଜି