ସୋନପୁର, ୦୫/୦୪ : ପେଟି ପେଟି କଫ୍ ସିରପ୍ ଜବତ । ପୁଣି ଥରେ ସୋନପୁରରୁ ଜବତ ହେଲା କଫ୍ ସିରଫ୍ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।

ରିପୋର୍ଟ ଅନୁସାରେ, ରବିବାର ସୋନପୁର ପୋଲିସ ବିପୁଳ ପରିମାଣର କଫ୍ ସିରପକୁ ଚାଲାଣ ବେଳେ ଜବତ କରିଛି । ପ୍ରାୟ ୨୫ ପେଟିର କଫ୍ ସିରଫ୍ ସହ ଏକ ପିକ୍ ଅପ୍ ଭ୍ୟାନକୁ ଅଟକ ରଖାଯାଇଛି । ଭ୍ୟାନରେ ଏହାକୁ ଚାଲାଣ କରାଯାଉଥିଲା । ଜିଲ୍ଲାର ବ୍ଲକ୍ ଛକରୁ ଏସବୁକୁ ଜବତ କରାଯାଇଛି । ଯାଞ୍ଚ୍ ବେଳେ ଏସମସ୍ତ ସିରପ୍ ବେଆଇନ୍ ବୋଲି ପୋଲିସ ଜାମିବାକୁ ପାଇଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି ।

​​​​​​​Also Read :-Politics on Reservation: SEBC ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷଣ, ଜୋର ଧରିଲା ରାଜନୀତି

ସୂଚନାଯୋଗ୍ୟ, ଏହି ଘଟଣା ନୂଆ ନୁହେଁ । ଗତ କିଛି ଦିନ ତଳେ ମଧ୍ୟ ସୋନପୁର ପୋଲିସ ବିପୁଳି ପରିମାଣର ଗଞ୍ଜେଇ ଏବଂ କଫ୍ ସିରପ୍ ଜବତ କରିଥିଲା ।