ଭୁବନେଶ୍ୱର ୩୧।୦୫ : କେଉଁଠି ୨ମାସ ତ ଆଉ କେଉଁଠି ୩ମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ନପାଇ ଦହଗଞ୍ଜ ହେଉଛନ୍ତି ବୃଦ୍ଧ, ବୃଦ୍ଧା। ପରିଣତ ବୟସରେ ମାସ ମାସ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ୁଥିବା ବେଳେ ସରକାରୀ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଉଥିବାର ଦେଖିବାକୁ ମିଳୁଛି। ଆର୍ଥିକ ଅନଟନ ଭିତରେ ରହିଥିବା ଅନେକ ବୟସ୍କ ଲୋକେ, ଯେଉଁମାନେ ଭତ୍ତା ଗଣ୍ଡାକ ଉପରେ ନିର୍ଭର କରୁଥିଲେ ସେମାନଙ୍କ ପାଇଁ ଅସହ୍ୟ ହେଲାଣି ଭତ୍ତା ଯନ୍ତ୍ରଣା।

ସମସ୍ୟାକୁ ନେଇ ଚର୍ଚ୍ଚା ପରେ ୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମଧାନ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଯାଉଛି। ଯେଉଁମାନେ କ୍ୟାସ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର କିଛି ସମସ୍ୟା ସୃଷ୍ଟି ହୋଇନାହିଁ | ଯେଉଁମାନଙ୍କ ଅନଲାଇନ ଆକାଉଣ୍ଟରେ ଭତ୍ତା ଯାଉଛି, ଜେନ୍ଦ୍ର ସରକାର ପକ୍ଷରୁ ନୂଆ କରି ସଫ୍ଟଓୟାର ଡେଭଲପ କାମ ଚାଲିଛି। ସେଥିପାଇଁ ସମସ୍ୟା ହୋଇଛି | ଆଉ ୧୫ ଦିନ ଭିତରେ ସମସ୍ୟାର ସମଧାନ ହେବ | କେନ୍ଦ୍ର ଓ ରାଜ୍ୟ ଯୁଗ୍ମ ଭାବେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି | ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଯାଉଛି | ଯେଉଁମାନେ ପାଇନାହାନ୍ତି ଏକକାଳୀନ ପାଇବେ ବୋଲି ମନମୋହନ କହିଛନ୍ତି।

Also Read:-Hidden Camera linked one sided love: ୟୁଟ୍ୟୁବ୍ ଦେଖି ଅନଲାଇନ୍‌ରେ ମଗାଇଥିଲା, ୩ ମାସ ପୂର୍ବେ ମହିଳା ଓ୍ବାସ୍‌ରୁମ୍‌ରେ ଲଗାଇଥିଲା

ସେପଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି ଯେ, ସରକାର ଚାହିଁଥିଲେ କୌଣସି ବି ଉପାୟରେ ଟଙ୍କା ଦେଇପାରିଥାନ୍ତେ । କିନ୍ତୁ ସରକାର ଚେଷ୍ଟା କଲେନାହିଁ । ଏଥିରୁ ଜଣାପଡୁଛି ଯେ, ସରକାରଙ୍କର ଟଙ୍କା ଦେବାକୁ ଆନ୍ତରିକତା ନାହିଁ ।

Watch Video:-