ବେଙ୍ଗାଲୁରୁ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁରେ ଡେରା ପକାଇଛନ୍ତି ଓଡ଼ିଶା କଂଗ୍ରେସର ୮ ବିଧାୟକ। ହେଲେ ରବିବାର ହେଲେ କଂଗ୍ରେସ ପକ୍ଷରୁ ବଡ଼ ଅଭିଯୋଗ ଆସିଥିଲା ଯେ, ଏହି ଜଣକା ୫ କୋଟି ଟଙ୍କା ଦେଇ ଏହି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରାଯାଉଛି। ତେବେ ଏବେ ଏହି ମାମଲାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ସୁରେଶ, ଅଜିତ ସାହୁ, ବୀରେନ୍ଦ୍ର ପ୍ରସାଦ, ସୀମାଞ୍ଚଳ ମହାକୁଡ଼ଙ୍କୁ ଗିରଫ କରାଯାଇଛି।

ସୂଚନାଥାଉକି, କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଆମ ବିଧାୟକଙ୍କୁ କିଣିବାକୁ ଦିଆଯାଇଛି ବ୍ଲାଙ୍କଚେକ୍। ବେଙ୍ଗାଲୁରରେ କଂଗ୍ରେସର ୮ ବିଧାୟକ କ୍ୟାମ୍ପ ପକାଇଛନ୍ତି। ସେମାନଙ୍କୁ କିଣିବା ପାଇଁ ଜଣଙ୍କୁ ୫ କୋଟି ଟଙ୍କାର ଅଫର ଦିଆଯାଇଥିଲା। ଖୋଦ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ଏନେଇ ସୂଚନା ଦେଇଥିଲେ। ତେବେ କଂଗ୍ରେସ ୨ ଜଣଙ୍କୁ ଅଟକ ରଖିଥିବା ମଧ୍ୟ କହିଥିଲା। ଯାହା ପରେ ଚର୍ଚ୍ଚା ଜୋର ଧରିଥିଲା।

କଂଗ୍ରେସ ଏହି ପୋଚିଂକୁ ଅପରେସନ ଲୋଟସ କହି ବିଜେପି ଆଡକୁ ନିସାନା ସାଧିଥିଲା। ଆଉ ବିଜେପି ମଧ୍ୟ ଏହାର ଜବାବରେ କହିଛି, ହାରିବା ପୂର୍ବରୁ ବାହାନା କରୁଛି କଂଗ୍ରେସ। ନ୍ୟାରେଟିଭ୍ ଫିକ୍ସ କରୁଛି ବୋଲି କହିଛି ବିଜେପି।