କଟକ ୨୦।୭: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଅଭିଯୋଗ ମାମଲାରେ ଆସିଲା ଓମ୍‌ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ଓମ୍ ପ୍ରକାଶ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ । ଏବେବି ଫେରାର ଅଛନ୍ତି ୫ରୁ ୬ ଜଣ ଅଭିଯୁକ୍ତ । ନିର୍ଦ୍ଧାରିତ ସମୟରେ ଦାଖଲ ହେବ ଚାର୍ଜସିଟ୍ । ଫେରାର ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ମିଳିଛି ସୂଚନା । ଫେରାର ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ।

Also Read:- ରାକ୍ଷୀ ବାନ୍ଧୁଥିବା ଭଉଣୀ ହାତରେ କଟୁରୀ, ଭାଇ ହେଲା ରକ୍ତ ଜୁଡ଼ୁବୁଡ଼ୁ

ଗତ ଜୁଲାଇ ୩ ତାରିଖରେ ରାଜ୍ୟ ଫୋରେନସିକ୍ ଲ୍ୟାବରେ ଓମ୍ ପ୍ରକାଶର ହୋଇଥିଲା ଲାଇ ଡିଟେକ୍ସନ ଟେଷ୍ଟ । ପ୍ରାୟ ଦୁଇ ମାସ ପରେ ଓମ୍କୁ ନେଇ SFSLରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଦୀର୍ଘ ୩ ଘଣ୍ଟା ଧରି ଚାଲିଥିଲା ଓମ୍‌ର ମିଛଧରା ପରୀକ୍ଷା । କ୍ରାଇମବ୍ରାଞ୍ଚର ୭୦ ପ୍ରଶ୍ନର ଉତ୍ତର ରଖିଥିଲା ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ । କ୍ରାଇମବ୍ରାଞ୍ଚର ସାଇଣ୍ଟଫିକ ଟିମ୍ ଓ ଲାଇ ଡିଟେକ୍ସନ ଟେଷ୍ଟ କରିଥିଲେ । ଉପସ୍ଥିତ ଥିଲେ ତଦନ୍ତକାରୀ ଅଧିକାରୀ ଏବଂ ଜଣେ ଡାକ୍ତର ।