ଭୁବନେଶ୍ବର ୭।୮: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା । ୨୫ ଜୁଲାଇ ସୁଦ୍ଧା ଯେଉଁମାନଙ୍କ ନାଁ ଜିଲ୍ଲାରୁ ଆସିଥିବ ସେମାନଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ଏ ସଂପର୍କରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ବିକଶିତ ଓଡ଼ିଆ ୨୦୩୬ ପାଇଁ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆରମ୍ଭ ହୋଇଥିଲା । ଫିଲ୍ଡ ଅଫିସର ଯେଉଁମାନେ ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ କାମ କରୁଛନ୍ତି ସେମାନଙ୍କର ଆଜି ବୈଠକ ଥିଲା । ଯେଉଁଥିରେ ତୃଣମୂଳ ସ୍ତରରେ ଯାହା ସମସ୍ୟା ସାମ୍ନା କରୁଛନ୍ତି ଏବଂ କ’ଣ ସମାଧାନର ପନ୍ଥା ବିଭାଗ ଠାରୁ ଚାହୁଁଛନ୍ତି ଅସୁବିଧା କ’ଣ ରହିଛି ସେନେଇ ଆଲୋଚନା ହୋଇଥିଲା ।

Also Read:- ପୁନଃ ମୂଲ୍ୟାୟନ ପରେ ଯୁକ୍ତ ଦୁଇ ଛାତ୍ରଙ୍କ ବଡ଼ ସଫଳତା, ୫୯ରୁ ୬୮କୁ ବଢ଼ିଲା ମାର୍କ

ପୂର୍ବରୁ ସିଆରପି, ଏମବିକେ ମାନଙ୍କ ସହିତ ଆଲୋଚନା ହୋଇଥିଲା । ମିଶନ ଶକ୍ତି ବିଭାଗର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ । ଯାହା ବିଭାଗକୁ ଆହୁରି ସଶକ୍ତ କରିବ ।