ପାଟନା,୧୩|୦୭: ଖାନ୍ ସାରଙ୍କୁ ଆଶ୍ୱସ୍ତି । କୋଚିଂ ସେଣ୍ଟର ବିବାଦ ମାମଲାରେ ଖାନ୍ ସାର ଏବଂ ତାଙ୍କର ଦୁଇ ଜଣ ଅଙ୍ଗରକ୍ଷୀଙ୍କୁ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସମସ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇଛି । କୋଚିଂ ସେଣ୍ଟରରେ ମାରପିଟ୍ ତଥା ଗୁଳିକାଣ୍ଡ ମାମଲାରେ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି ।

ସୂଚନାନୁସାରେ, ଖାନ୍ ସାରଙ୍କ କୋଚିଂ ସେଣ୍ଟରରେ ଫାୟାରିଂ ମାମଲାକୁ ନେଇ ଗିରଫଦାରୀ ଭୟ ରହିଥିଲା । ଯାହା ବିରୋଧରେ ଖାନ୍ ସାର୍ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ସିଭିଲ୍ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ । ଏହାପରେ ଆଇନଗତ ଦିଗକୁ ସମୀକ୍ଷା କରିଥିଲେ । ଯାହା ପରେ କୋର୍ଟ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି ।

ସୂଚନାନୁସାରେ, ଫାୟାରିଂ ମାମଲାରେ ପ୍ରଥମେ ପୋଲିସ ଏଫଆଇଆର କରି ତଦନ୍ତ ଆରମ୍ଭ କରିଥିଲା । ଏପଆଇଆରରେ ଖାନ୍ ସାରଙ୍କ ସମେତ ଦୁଇଜଣ ସୁରକ୍ଷାକର୍ମୀଙ୍କ ନାଁ ରହିଥିଲା । ଆଗୁଆ ଜାମିନ୍ ମିଳିବା ପରେ କୋର୍ଟ ମାମଲାକୁ ସଠିକ ଭାବେ ତଦନ୍ତ କରିବାକୁ ପୋଲିସକୁ କହିଛନ୍ତି ।

Also Read :-ମାଆର ମୃତ୍ୟୁ ଖବର ଶୁଣି ଫେରୁଥିଲା ପୁଅ, ହେଲେ ରାସ୍ତାରେ ଟାଣିନେଲା ଯମ : ଏକାଠି ଚାଲିଗଲେ ଦୁଇ ଜଣ...

ଏହାପୂର୍ବରୁ ହୋଇଥିବା ଶୁଣାଣି ସମୟରେ ଖାନ୍ ସାରଙ୍କ ଓକିଲ ଅରବିନ୍ଦ କୁମାର କହିଥିଲେ ଯେ, ଜିଲ୍ଲା ଜଜ୍ ଛୁଟିରେ ଅଛନ୍ତି । ତେଣୁ ଆଦେଶ ଦେବାରେ ବିଳମ୍ବ ହେଉଛି । ଏହାକୁ ସୋମବାର ଯାଏଁ ଘୁଞ୍ଚାଇ ଦିଆଯାଇଛି । ଆଦେଶ ନଆସିବା ଯାଏଁ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ । ଖାନ ସାରଙ୍କ ଆଗୁଆ ଜାମିନ ସହ ଅନ୍ୟ ଦୁଇ ସୁରକ୍ଷାକର୍ମୀଙ୍କ ଜାମିନ ଆବେଦନ ଏବଂ କୋଚିଂ ସେଣ୍ଟରର ଅନ୍ୟ ତିନି ଜଣ କର୍ମଚାରୀଙ୍କ ଜାମିନ ଉପରେ ରାୟକୁ କୋର୍ଟ ସଂରକ୍ଷିତ ରଖିଥିଲେ ।