ଭୁବନେଶ୍ୱର ୨୨।୦୯ :  ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିବଙ୍ଗତ ପୂର୍ବତନ ବିଧାୟକଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ ହୋଇଛି। ନେପାଳ ବନ୍ୟାରେ ମୃତକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ସମର୍ଥନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିଧାନସଭା ମୋସୁମୀ ଅଧିବେଶନ ଅକ୍ଟୋବର ୩ ଯାଏଁ ଚାଲିବ । ଏଥର ମୋଟ ୯ଟି କାର୍ଯ୍ୟ ଦିବସ ରହିଛି। ଚଳିତ ଅଧିବେଶନରେ ୬ଟି ବିଲ୍ ଆସିବାର ସମ୍ଭାବନା ରହିଛି । ଏହି ସ୍ୱଳ୍ପ ଅବଧିର ଅଧିବେଶନ ବେଶ୍ ସରଗରମ ରହିବା ସମ୍ଭାବନା ରହିଛି । ଏମ୍ଏମ୍ଡିଆର ସଂଶୋଧନ ବିଲ୍ରୁ ନେଇ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ରଣନୀତି କରିଛନ୍ତି । ଏମଏମଡିଆର ପ୍ରସଙ୍ଗରେ ମୋସନ ଆଲୋଚନା ପାଇଁ ବିଜେଡି ପକ୍ଷରୁ ନୋଟିସ ଦିଆଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ ସରକାର ମଧ୍ୟ ସବୁ ପ୍ରସଙ୍ଗର ସାମ୍ନା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ବିଧାନସଭା ସମୟରେ ଗୃହ ବାହାରେ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ କାର୍ଯ୍ୟକ୍ରମ ରଖିଛନ୍ତି ।

Watch Video:-