ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଗୁରୁବାର ବଡ଼ ହ୍ରାସ ଦେଖିବାକୁ ମିଳିଛି । କାରବାର ଶେଷରେ ସେନସେକ୍ସ ୫୫୮.୭୨ ପଏଣ୍ଟ ବା ୦.୬୬ ପ୍ରତିଶତ ହ୍ରାସ ପାଇ ୮୩,୬୭୪.୯୨ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଚି ୧୪୬.୬୪ ଅଙ୍କ ବା ୦.୫୭ ପ୍ରତିଶତ ହ୍ରାସ ଘଟି ୨୫,୮୦୭.୨୦ ସ୍ତରରେ ବନ୍ଦ ହୋଇଛି । ଆଜିର ଏହି ହ୍ରାସରେ ନିବେଶକଙ୍କୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

ସେୟାର ବଜାରରେ ଆଜିର ହ୍ରାସ ପଛରେ ସବୁଠୁ ବଡ଼ କାରଣ ହେଉଛି ଆଇଟି ସେୟାରରେ ବିକ୍ରି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିରୁ ଆଇଟି କମ୍ପାନିଗୁଡ଼ିକର ଆୟ ଉପରେ ପଡ଼ିବାକୁ ଥିବା ପ୍ରଭାବର ଚିନ୍ତା ଯୋଗୁ ନିବେଶକଙ୍କ ମନୋବଳ ଦୁର୍ବଳ ହୋଇଛି । ବ୍ରର୍ଡର ମାର୍କେଟ୍ ବି ଚାପରେ ରହିଥିଲା । ନିଫ୍ଟି ମିଡକ୍ୟାପ୍-୧୦୦ ଓ ନିଫ୍ଟି ସ୍ମଲକ୍ୟାପ୍-୧୦୦ ଦିନରେ ପ୍ରାୟ ୦.୫ ପ୍ରତିଶତ ହ୍ରାସ ପାଇଛି ।

ବିଏସଇରେ ତାଲିକ୍ତାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ କ୍ୟାପ୍ ଆଜି ହ୍ରାସ ପାଇ ୪୭୨.୩୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଏହା ୪୭୪.୯୦ ଲକ୍ଷ କୋଟି ଟଙ୍କା ଥିଲା । ଏହି ପରି ବିଏସଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକ ବାଜାର ପୁଞ୍ଜି ଆଦି ପ୍ରାୟ ୨.୬୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ପ୍ରାୟ ୨.୬୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବିଏସଇ ସେନସେକ୍ସର ୩୦ ମଧ୍ୟରୁ ୧୩ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଅନ୍ୟପଟେ ୧୭ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି ।

ଅଧିକ ପଢନ୍ତୁ: India Chile trade-deal: ଚିଲି ସହ ବାଣିଜ୍ୟ ଡିଲର ନିକଟତର ହେଲା ଭାରତ, କଞ୍ଚା ମାଲ୍ ପାଇଁ ଚୀନ ଉପରେ ନିର୍ଭର କମିବ, ଉତ୍ପଦାନ ବଢ଼ିବ