ଭୁବନେଶ୍ବର ୨୯।୭: ରାଜଧାନୀରୁ ନାବାଳିକା ଛାତ୍ରୀ ନିଖୋଜ । ସ୍କୁଲ୍ କ୍ୟାମ୍ପସରୁ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ନିଖୋଜ । ଖାଇବା ଛୁଟିରେ ଗେଟ୍ ବାହାରକୁ ଚାଲି ଯାଇଥିଲେ ଛାତ୍ରୀ । ଛୁଆକୁ ନପାଇ ବାପା-ମାଆ ଭାଙ୍ଗିପଡ଼ିଛନ୍ତି । ଶେଷରେ ସହିଦ ନଗର ଥାନାରେ ହେଲା ଅପହରଣ ଅଭିଯୋଗ । କୁନି ଝିଅକୁ ଖୋଜିବାକୁ ତନାଘନା ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରାଜଧାନୀରୁ ନାବାଳିକା ଛାତ୍ରୀ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ସ୍କୁଲ କ୍ୟାମ୍ପସରୁ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଥିବା ଜଣାପଡ଼ିଛି । ଖାଇବା ଛୁଟିରେ ଛାତ୍ରୀ ଜଣଙ୍କ ସ୍କୁଲ୍ ଗେଟ୍ ବାହାରକୁ ଚାଲିଯାଇଥିଲେ । ତାପରଠୁ ଛାତ୍ରୀଙ୍କର କୌଣସି ପତ୍ତା ମିଳୁନି । ଛୁଆକୁ ନପାଇ ବାପା-ମାଆ ଚିନ୍ତାରେ ଥିବା ବେଳେ ସହିଦ ନଗର ଥାନାରେ ଅପହରଣ ଅଭିଯୋଗ କରିଛନ୍ତି ।

Also Read:- ଠୁଳ କରିଥିଲେ ୨୭ ଲକ୍ଷରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି, ଅବସର ପରେ ବି ପୂର୍ବତନ ଯନ୍ତ୍ରୀ ଦଣ୍ଡିତ

ଅଭିଯୋଗ ପରେ କୁନି ଝିଅକୁ ଖୋଜିବାକୁ ତନାଘନା ଆରମ୍ଭ କରିଛି ସହିଦ ନଗର ପୋଲିସ । ସ୍କୁଲ୍ ସିସିଟିଭି କ୍ୟାମେରା ସହ ଷ୍ଟାଫଙ୍କୁ ପଚରାଉଚରା କରୁଛି ପୋଲିସ । ସିସିଟିଭି ଏବଂ ଭିଏଚଏଫ୍ ଜରିଆରେ ଚାଲିଛି ମାରାଥନ୍ ସର୍ଚ୍ଚ । କୁନି ଝିଅକୁ ଖୋଜୁଛନ୍ତି ଥାନା ଅଧିକାରୀଙ୍କ ସମେତ ତିନୋଟି ଟିମ୍ ।