ନୂଆଦିଲ୍ଲୀ: ସିଟ୍ରୋଏନ୍ ଇଣ୍ଡିଆ (Citroen India) ନିଜର ଏସୟୁଭି ବାସାଲ୍ଟର ନୂଆ 'ବାସାଲ୍ଟ X କମ୍ଫର୍ଟ ଏଡିସନ୍' ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୮.୭୫ ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ୍)। ଯାହା ମୂଳ 'You' ଭାରିଆଣ୍ଟ (୮.୫୫ ଲକ୍ଷ ଟଙ୍କା) ଠାରୁ ମାତ୍ର ୨୦,୦୦୦ ଟଙ୍କା ଅଧିକ। ଏୟାରକ୍ରସ୍ ପରେ ସିଟ୍ରୋଏନ୍‌ର ଏହା ଦ୍ୱିତୀୟ ଗାଡ଼ି, ଯେଉଁଥିରେ 'କମ୍ଫର୍ଟ ଏଡିସନ୍' ଆଣିଛି।

କ’ଣ ସବୁ ନୂଆ ସୁବିଧା ଏବଂ ଫିଚର୍ସ ରହିଛି ? 
ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରାହକଙ୍କ ଆରାମ ଏବଂ ପସନ୍ଦକୁ ଧ୍ୟାନରେ ରଖି ଏଥିରେ ପ୍ରିମିୟମ୍ ଇଣ୍ଟିରିୟର ଏବଂ ନୂଆ Comfort AXS Pack ଦିଆଯାଇଛି । ଗାଡ଼ି ଭିତରେ ବେଜ୍ କଲରର ଲେଦର ସିଟ୍ ରହିଛି, ଯାହା ଏହାକୁ ପ୍ରିମିୟମ୍ ଲୁକ୍ ଦେଉଛି । 

ଇନଫୋଟେନ୍‌ମେଣ୍ଟ ଓ ସାଉଣ୍ଡ: ୧୦.୨୫ ଇଞ୍ଚର ଆଣ୍ଡ୍ରଏଡ୍ ଟଚ୍‌ସ୍କ୍ରିନ୍ ସିଷ୍ଟମ୍ ଏବଂ JBL ସାଉଣ୍ଡ ସିଷ୍ଟମ୍ ସାମିଲ । ସୁରକ୍ଷା ଓ ସ୍ମାର୍ଟ ଟେକ୍ନୋଲୋଜି ରହିଛି । ସୁରକ୍ଷା ପାଇଁ ଡୁଆଲ୍ ଡ୍ୟାସକ୍ୟାମ୍ (Dual dashcams) ଏବଂ ପ୍ରେଡିକ୍ଟିଭ୍ ସେଫ୍ଟି ଆଲର୍ଟ। ୱାୟାରଲେସ୍ ଫୋନ୍ ଚାର୍ଜର ଏବଂ ରିୟର-ଭ୍ୟୁ କ୍ୟାମେରା ଦିଆଯାଇଛି । 

​​​​​​​

ପଛ ସିଟରେ ବସୁଥିବା ଯାତ୍ରୀଙ୍କ ଆରାମ ପାଇଁ ଟିଲ୍ଟ କୁସନ୍ ଏବଂ ୱିଙ୍ଗଡ୍ ହେଡରେଷ୍ଟ ରହିଛି । ଗାଡ଼ିର କ୍ୟାବିନକୁ ଏକ ସୁନ୍ଦର ଲୁକ୍ ଦେବା ପାଇଁ ଲାଇଟିଂ ବ୍ୟବସ୍ଥା କରାଯାଇଛି । ଡ୍ୟାସବୋର୍ଡ ଏବଂ ଡୋର୍ ପ୍ୟାନେଲରେ କଳା ରଙ୍ଗର ପ୍ରିମିୟମ୍ ସଫ୍ଟ-ଟଚ୍ ମ୍ୟାଟେରିଆଲ୍ ଲାଗିଛି । ଏଥିରେ ରହିଛି ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ୍ । ୧୪°C ପର୍ଯ୍ୟନ୍ତ ଦ୍ରୁତ କୁଲିଂ କରିପାରୁଥିବା ଅଟୋ AC ସହ ପଛ ସିଟ୍ ପାଇଁ AC ଭେଣ୍ଟ ରହିଛି ।ତେବେ କମ୍ ମୂଲ୍ୟରେ ପ୍ରିମିୟମ୍ ଇଣ୍ଟିରିୟର, ସ୍ମାର୍ଟ ଫିଚର୍ସ ଏବଂ JBL ସାଉଣ୍ଡ ସିଷ୍ଟମ୍ ଚାହୁଁଥିବା କ୍ରେତାଙ୍କ ପାଇଁ ବାସାଲ୍ଟ X କମ୍ଫର୍ଟ ଏଡିସନ୍ ଏକ ଆକର୍ଷଣୀୟ ବିକଳ୍ପ ।