ନୂଆଦିଲ୍ଲୀ: ଆସିଗଲା ୨୦୨୭ ICSE ଏବଂ ISC ପରୀକ୍ଷା ତାରିଖ । କାଉନସିଲ୍ ଫର୍ ଦ ଇଣ୍ଡିଆନ ସାର୍ଟିଫିକେଟ ଏଗ୍ଜାମିନେସନ (CISCE) ମଙ୍ଗଳବାର ୨୦୨୭ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛି । ଜାରି ହୋଇଥିବା ପରୀକ୍ଷା ଡେଟ୍ ସିଟ୍ ଅନୁସାରେ, ଫେବ୍ରୁଆରୀ ୯ ତାରିଖରୁ ଦ୍ବାଦଶ ଏବଂ ଫେବ୍ରୁଆରୀ ୧୫ରୁ ୧୦ମ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବ । 

CISCE ପକ୍ଷରୁ ଜାରି ଆନୁଷ୍ଠାନିକ ବିଜ୍ଞପ୍ତି ଅନୁସାରେ, ICSE ପରୀକ୍ଷା ୨୦୨୭ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ । ସେହିଭଳି ISC ପରୀକ୍ଷା ଫେବ୍ରୁଆରୀ ୯ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ ।

ସିଆଇଏସସିଇ ପକ୍ଷରୁ ଆଇସିଏସଇ ଏବଂ ଆଇଏସସି ପରୀକ୍ଷାର ଆଡମିଟ୍ କାର୍ଡ ୨୦୨୬ ଡିସେମ୍ବରରୁ ସେମାନଙ୍କ ସ୍କୁଲରୁ ମିଳିବ । ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ବେବସାଇଟ cisce.orgକୁ ଯାଇ ପରୀକ୍ଷା ସୂଚୀ ତଥା ସମସ୍ତ ସୂଚନା ପାଇପାରିବେ । ତେବେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ, ଡେଟସିଟ୍ ଅନୁସାରେ ନିଜର ପ୍ରସ୍ତୁତି ଆରମ୍ଭ କରନ୍ତୁ ଏବଂ ପରୀକ୍ଷା ପୂର୍ବରୁ ସମସ୍ତ ବିଷୟର ତାରିଖ ଏବଂ ସମୟ ଭଲ ଭାବରେ ଯାଞ୍ଚ କରନ୍ତୁ।

Also Read: ଆସିଲା CBSE ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ତାରିଖ, ଫେବୃଆରୀ ୧୬ରୁ ଆରମ୍ଭ

ସୂଚନାଥାଉକି, ଚଳିତ ଥର ଦୁଇଟି ଯାକ ପରୀକ୍ଷା ପାଇଁ ୩,୭୯,୯୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆଇସିଏସଇରେ ପ୍ରାୟ ୨.୭୦ ଲକ୍ଷ ଏବଂ ISCରେ ପ୍ରାୟ ୧.୧୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରୀ ପରୀକ୍ଷା ଦେବେ । ୧୦ମ ପରୀକ୍ଷାରେ ସମୁଦାୟ ୭୬ ବିଷୟ ରହିଥିବା ବେଳେ, ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ୬୦ଟି ବିଷୟରେ ପରୀକ୍ଷା ଆୟୋଜିତ ହେବ।