ଟାଙ୍ଗୀ: ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଆରମ୍ଭ ହୋଇଛି ପକ୍ଷୀ ସୁରକ୍ଷା ଅଭିଯାନ । ଶୀତ ଋତୁରେ ଚିଲିକାକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ସୁରକ୍ଷାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ । ଏଥିପାଇଁ ଚିଲିକାର ବିଭିନ୍ନ ସ୍ଥାନରେ ଖୋଲାଯାଇଛି ଅସ୍ଥାୟୀ ସୁରକ୍ଷା କ୍ୟାମ୍ପ । ପ୍ରତି କ୍ୟାମ୍ପରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ନିୟୋଜିତ ହୋଇ ୨୪ ଘଣ୍ଟିଆ ନଜର ରଖିବେ।

ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ଆସିଥାନ୍ତି ହଜାର ହଜାର ବିଦେଶୀ ପକ୍ଷୀ । ଏହି ପ୍ରବାସୀ ପକ୍ଷୀଙ୍କ ସୁରକ୍ଷା ସହିତ ଅବାଧ ବିଚରଣ ଏବଂ ନିରାପଦ ପରିବେଶ ସୁନିଶ୍ଚିତ କରିବାକୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଚିଲିକାର ବିଭିନ୍ନ ପକ୍ଷୀ ଅଭୟାରଣ୍ୟ ଓ ସମ୍ବେଦନଶୀଳ ଅଞ୍ଚଳରେ ଖୋଲାଯାଇଛି ଅସ୍ଥାୟୀ କ୍ୟାମ୍ପ । ଏହି କ୍ୟାମ୍ପ ଗୁଡ଼ିକରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପାଳି କରି ୨୪ ଘଣ୍ଟିଆ ପହରା ଦେବେ । ବେଆଇନ ଶିକାର, ପକ୍ଷୀ ହତ୍ୟା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ଉପରେ ରହିବ କଡ଼ା ନଜର । 

Also  Read: ମିଶନ ଶକ୍ତି ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ

ଏଥିସହ ଚିଲିକାର ବିଭିନ୍ନ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରାଯିବା ସହ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ପକ୍ଷୀ ସୁରକ୍ଷା ଅଭିଯାନ ନେଇ ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ରହିଛି ୫ ରେଞ୍ଜ ଇଲାକା । ଏହି ୫ ଟି ରେଞ୍ଜ ହେଉଛି ଚିଲିକା , ରମ୍ଭା , ସାତପଡ଼ା , ଟାଙ୍ଗୀ , ବାଲୁଗାଁ । ସର୍ବମୋଟ ୨୨ ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇଛି । ସେଥିପାଇଁ ଚିଲିକାରେ ୨ଟି, ରମ୍ଭା ୩ଟି, ସାତପଡ଼ାରେ ୨ ଟି, ଟାଙ୍ଗୀରେ ୧୧ ଟି, ବାଲୁଗାଁ ରେ ୪ ଟି କ୍ୟାମ୍ପ କରାଯାଇଛି।