ଭୋଗରାଇ ୧୭।୪: ଆସି ନାହାନ୍ତି ପିଲା କିନ୍ତୁ ରୋଷେଇ ଶେଷ । ତରବରିଆ ଭାବେ ରୋଷେଇ କରି କେନ୍ଦ୍ରରେ ତାଲା ପକାଇ ଘରକୁ ପଳାଇଗଲେ ସହାୟକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବଡ଼ଆଉସା ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା

ସୂଚନାଯୋଗ୍ୟ ଯେ, ଏହି ଅଙ୍ଗନବାଡି କେନ୍ଦ୍ରରେ ସହାୟକ ଭାବେ କାର୍ଯ୍ୟ କରନ୍ତି ସେହି ଗାଁର ସ୍ୱରସ୍ବତୀ ପରମାଣିକ । ଉକ୍ତ ସହାୟକଙ୍କ ବାର୍ଦ୍ଧକ୍ୟ କାରଣରୁ ପିଲାଙ୍କ ଠିକ୍ ଭାବରେ ଯତ୍ନ ନେଇ ପାରୁନଥିବାରୁ ଅଭିଭାବକ ଓ ଅଭିଭାବିକା ମାନେ ବିଭିନ୍ନ ସମୟରେ ସମ୍ପୃକ୍ତ ବିଭାଗର ଅଧିକାରୀଣୀଙ୍କ ପାଖରେ ଅସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର ଏବେ ତାଙ୍କର କାର୍ଯ୍ୟର ଅବଧି ସରିବା ପରେ ବି ନିଜ କାଗଜପତ୍ରରେ ବିଭିନ୍ନ ଚଞ୍ଚକତା କରି ଜବରଦସ୍ତି ଚାକିରି ବଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

​​​​​​​Also Read:- ଚୋରା ମଦ ଧରିବାକୁ ଯାଇ ଅବକାରୀ-ପୋଲିସ କର୍ମଚାରୀ ହଟହଟ୍ଟା, ଭାଟି କର୍ମଚାରୀ ଅଟକ

ଶୁକ୍ରବାର ସକାଳେ ଅଭିଭାବକ ମାନେ ଉକ୍ତ କେନ୍ଦ୍ରରେ ପହଞ୍ଚି କାହିଁକି ଏଭଳି ଚଂଚକତା କରୁଛନ୍ତି ବୋଲି ତାଙ୍କୁ ପ୍ରଶ୍ନ ପଚାରିବାରୁ ସହାୟକ ତରବରିଆ ଭାବେ କେନ୍ଦ୍ରକୁ ପିଲା ନଆସୁଣୁ ଭାତ ରାନ୍ଧି କେନ୍ଦ୍ରରେ ତାଲା ପକାଇ ପଳାଇ ଯାଇଛନ୍ତି । ତାଙ୍କୁ ଖୁବ୍‌ଶୀଘ୍ର କେନ୍ଦ୍ରରୁ ବାହାର କରିବା ନେଇ କେନ୍ଦ୍ର ସମ୍ମୁଖରେ ଜିଦରେ ଅଟଳ ରହି ଧାରଣାରେ ବସିଛନ୍ତି ଅଭିଭାବକ ।