ନୂଆଦିଲ୍ଲୀ-: ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ୍ ହେଉଛି ଏକ ନୂଆ AI ଫଟୋ ଟ୍ରେଣ୍ଡ। ଇନଷ୍ଟାଗ୍ରାମ ଫିଡ୍ ଖୋଲିଲେ ଅନେକଙ୍କ ଫଟୋରେ ଦେଖିବାକୁ ମିଳୁଛି ୧୯୮୦ ଦଶକର ରେଟ୍ରୋ ଲୁକ୍। ଏହି ଟ୍ରେଣ୍ଡକୁ ‘ChatGPT ’80s Photo Trend’ ବୋଲି କୁହାଯାଉଛି। ଏହି ଟ୍ରେଣ୍ଡରେ ଲୋକେ ନିଜର ସାଧାରଣ ଫଟୋକୁ ChatGPTର AI ଇମେଜ୍ ଜେନେରେସନ୍ ସହାୟତାରେ ୧୯୮୦ ଦଶକର ପୁରୁଣା ଷ୍ଟାଇଲ୍ରେ ପରିବର୍ତ୍ତନ କରୁଛନ୍ତି। ଫଟୋରେ ବଡ଼ ଏବଂ ଭଲ୍ୟୁମିନସ୍ ହେୟାର୍ ଷ୍ଟାଇଲ୍, ଭିଣ୍ଟେଜ୍ ପୋଷାକ, ଷ୍ଟେଟମେଣ୍ଟ ଜୁଏଲାରୀ, ଉଷ୍ମ ଆଲୋକ ଏବଂ ପୁରୁଣା ଫିଲ୍ମ ଭଳି ଗ୍ରେନ୍ ଯୋଡ଼ାଯାଉଛି।

କ’ଣ ଏହି ’80s ଫଟୋ ଟ୍ରେଣ୍ଡ?  ସହଜ ଭାଷାରେ କହିଲେ, ଏହା ହେଉଛି ଆଧୁନିକ ଫଟୋକୁ AI ମାଧ୍ୟମରେ ୧୯୮୦ ଦଶକର ରେଟ୍ରୋ ପୋର୍ଟ୍ରେଟ୍ରେ ପରିଣତ କରିବାର ଏକ ଟ୍ରେଣ୍ଡ। ୟୁଜରମାନେ ନିଜ ଫଟୋ ଅପଲୋଡ୍ କରି ନିର୍ଦ୍ଦିଷ୍ଟ ପ୍ରମ୍ପ୍ଟ ଦେଉଛନ୍ତି। ଏହା ପରେ AI ଫଟୋର ମୁହଁର ପରିଚୟକୁ ରଖି ଚୁଟି, ପୋଷାକ, ପୃଷ୍ଠଭୂମି, ଆଲୋକ ଓ ଫଟୋର ଟେକ୍ସଚର୍କୁ ୮୦ ଦଶକର ଷ୍ଟାଇଲ୍ରେ ବଦଳାଇ ଦେଉଛି। ଭାରତୀୟ ୟୁଜରମାନଙ୍କ ମଧ୍ୟରେ ବଲିଉଡ୍ ଷ୍ଟାଇଲ୍ର ରେଟ୍ରୋ ପୋର୍ଟ୍ରେଟ୍ ମଧ୍ୟ ବେଶ୍ ଲୋକପ୍ରିୟ ହେଉଛି। ଭିଣ୍ଟେଜ୍ ଫ୍ୟାଶନ୍, ପୁରୁଣା ସିନେମା ଏବଂ ୮୦ ଦଶକର ଫଟୋ ଆଲବମ୍ର ସ୍ମୃତି ଏହି ଟ୍ରେଣ୍ଡକୁ ଆହୁରି ଆକର୍ଷଣୀୟ କରିଛି।

କାହିଁକି ଏତେ ଭାଇରାଲ୍? ଏହି ଟ୍ରେଣ୍ଡର ଲୋକପ୍ରିୟତା ପଛରେ ରହିଛି ନଷ୍ଟାଲଜିଆ। ପୁରୁଣା ଫ୍ୟାଶନ୍ ଓ ସିନେମା ଷ୍ଟାଇଲ୍କୁ ନୂଆ AI ଟେକ୍ନୋଲୋଜି ସହ ମିଶାଇ ଲୋକେ ନିଜକୁ ଏକ ଭିନ୍ନ ଯୁଗରେ ଦେଖିପାରୁଛନ୍ତି। ଏହା ସହିତ AI ଦ୍ୱାରା ତିଆରି ହେଉଥିବା ଷ୍ଟାଇଲିସ୍ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର୍ କରିବା ମଧ୍ୟ ସହଜ। ଫଳରେ ଜଣେ ୟୁଜରଙ୍କ ରେଟ୍ରୋ ଫଟୋ ଦେଖି ଅନ୍ୟମାନେ ମଧ୍ୟ ସେହି ଷ୍ଟାଇଲ୍ ଟ୍ରାଏ କରୁଛନ୍ତି। ଏଭଳି ଭାବରେ ଟ୍ରେଣ୍ଡଟି ଦ୍ରୁତ ଗତିରେ ଭାଇରାଲ୍ ହେଉଛି।

also read -; ପ୍ଲାଷ୍ଟିକ ବଦଳରେ ପେପର୍ ଷ୍ଟ୍ର ବ୍ୟବହାର କରୁଥିଲେ ସାବଧାନ ! ଚିନ୍ତା ବଢାଇଲା ରିପୋର୍ଟ

କେମିତି ବନାଇବେ ନିଜର ’80s ଫଟୋ? ଏଥିପାଇଁ କୌଣସି ପ୍ରଫେସନାଲ୍ ଫଟୋ ଏଡିଟିଂ ଜ୍ଞାନର ଆବଶ୍ୟକତା ନାହିଁ। ChatGPTରେ ନୂଆ ଚାଟ୍ ଖୋଲି ନିଜର ଏକ ସ୍ପଷ୍ଟ ଫଟୋ ଅପଲୋଡ୍ କରିବାକୁ ପଡ଼ିବ। ଏହାପରେ ଆପଣ କେଉଁ ଷ୍ଟାଇଲ୍ ଚାହୁଁଛନ୍ତି ତାହା ପ୍ରମ୍ପ୍ଟରେ ସ୍ପଷ୍ଟ ଭାବେ ଲେଖିପାରିବେ। ଉଦାହରଣ ସ୍ୱରୂପ—ବଲିଉଡ୍ ଷ୍ଟୁଡିଓ ପୋର୍ଟ୍ରେଟ୍, ରେଟ୍ରୋ ବିବାହ ଫଟୋ, ଡିସ୍କୋ ଲୁକ୍, ପୁରୁଣା ମ୍ୟାଗାଜିନ୍ କଭର୍ କିମ୍ବା ଭିଣ୍ଟେଜ୍ ଫିଲ୍ମ କ୍ୟାମେରା ଭଳି ଲୁକ୍ ଚାହିଁପାରିବେ।

ଚାଟଜିପିଟି ରେ କଣ ସବୁ ପ୍ରମ୍ପ୍ଟ ଦେବେ

“ଏହି ଫଟୋକୁ ଏକ ଗ୍ଲାମରସ୍ ୧୯୮୦ ଦଶକର ଭାରତୀୟ ଫିଲ୍ମ ପୋର୍ଟ୍ରେଟ୍ରେ ପରିଣତ କରନ୍ତୁ। ବ୍ୟକ୍ତିଙ୍କ ଚିହ୍ନଟଯୋଗ୍ୟ ମୁହଁର ଗଠନ ଏବଂ ପ୍ରାକୃତିକ ତ୍ୱଚାର ରଙ୍ଗକୁ ଅପରିବର୍ତ୍ତିତ ରଖନ୍ତୁ। ଭଲ୍ୟୁମିନସ୍ ଏବଂ ହାଲୁକା କର୍ଲ୍ ହେୟାର୍, ରଙ୍ଗୀନ ଭିଣ୍ଟେଜ୍ ପୋଷାକ, ଷ୍ଟେଟମେଣ୍ଟ ଜୁଏଲାରୀ, ଉଷ୍ମ ଷ୍ଟୁଡିଓ ଲାଇଟିଂ, ସିନେମାଟିକ୍ ଟୋନ୍ ଏବଂ ହାଲୁକା ପୁରୁଣା ଫିଲ୍ମ ଗ୍ରେନ୍ ଯୋଡ଼ନ୍ତୁ। ଫଟୋଟି ବାସ୍ତବିକ, ସୁନ୍ଦର ଏବଂ ପଲିସ୍ଡ ଦେଖାଯିବା ଉଚିତ।” ତେବେ କେବଳ “୧୯୮୦ ଦଶକ ଭଳି କର” ଲେଖିବା ଅପେକ୍ଷା ଫଟୋର ଚୁଟି, ପୋଷାକ, ଆଲୋକ, ପୃଷ୍ଠଭୂମି ଓ ମୁଡ୍ ବିଷୟରେ ଯେତେ ଅଧିକ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯିବ, ଫଳାଫଳ ସେତେ ଅଧିକ ଆପଣଙ୍କ ପସନ୍ଦ ଅନୁଯାୟୀ ହେବ।