ଛେଣ୍ଡିପଦା ୧୮।୦୩ : ୧୩ ଦିନରେ କୋଶଳା ଗ୍ରାମବାସୀଙ୍କ ଧାରଣା । ଗାଁର ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଗତ ୧୩ ଦିନ ହେଲା ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି । ସମସ୍ୟାର ସମାଧାନ କରିବା ସହ ଗାଁକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ।

ଗତ ୧୩ ଦିନ ହେଲା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା ଏବଂ ଆଖପାଖ ୧୫ଟି ଗାଁରେ ଲୋକମାନେ ଧାରଣାରେ ବସିଛନ୍ତି । ୬୩ ନମ୍ବର ରାଜ୍ୟ ରାଜପଥର ସୁରକ୍ଷା ଏବଂ ଗାଁର ପରିବେଶକୁ ସ୍ୱଚ୍ଛ ରଖିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ଅହୋରାତ୍ର ଧାରଣାରେ ବସିଛନ୍ତି ଗ୍ରାମବାସୀ । ସରକାରୀ ନିୟମକୁ ବେଖାତିର କରି ଦୈନଦିନ ଏହି ରାସ୍ତା ଦେଇ କୋଇଲା ପରିବହନ କରାଯାଉଛି । ଯାହାକୁ ଗ୍ରାମବାସୀମାନେ ବିରୋଧ କରୁଛନ୍ତି । ଏହି ଗଣଧାରଣାରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କର ମଧ୍ୟ ସମର୍ଥନ ରହିଥିବା ବେଳେ ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଗଣଧାରଣାକୁ ସମର୍ଥନ ଜଣାଇଥିଲେ l ଏଥିସହିତ ଏହାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ଉଚ୍ଚସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ଭେଟି ଅଞ୍ଚଳର ସମସ୍ୟା ଆଲୋଚନା କରିବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ।