ଭୁବନେଶ୍ବର ୦୪।୦୭ : ଭୁବନେଶ୍ବର ଚନ୍ଦ୍ରଶେଖର ବୁଦ୍ଧ ବିହାର ଏବଂ ଇଶାଣେଶ୍ୱର ବସ୍ତିରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ଆକ୍ସନ। ମୁଖ୍ୟ ଅଭିଯୁକ୍ତ ଉତ୍ତମ ସମେତ ୧୦ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। କୁମ୍ଭୀର ଏବଂ ତାର ଦୁଇ ସହଯୋଗୀ ଫେରାର ହୋଇଯାଇଛନ୍ତି । କୁମ୍ଭୀର ଏବଂ ତାର ସହଯୋଗୀକୁ ଧରିବା ପାଇଁ ଜୋରଦାର ଚଢ଼ାଉ ଜାରି ରଖିଛି ପୋଲିସ।

ଖବର ଅନୁଯାୟୀ, ପ୍ରେମ ବ୍ୟାପାରକୁ ନେଇ ପ୍ରଥମେ ହୋଇଥିଲା ଗଣ୍ଡଗୋଳ। ପରେ ହୋଇଥିଲା ଗ୍ୟାଙ୍ଗ ୱାର। ଉତ୍ତମ ଏବଂ କୁମ୍ଭୀର ଗ୍ରୁପ୍ ମଧ୍ୟରେ ହୋଇଥିଲା ଗ୍ୟାଙ୍ଗୱାର। ଗ୍ୟାଙ୍ଗୱାରରେ ବୁଦ୍ଧ ବିହାର କଲୋନୀର ସେକ୍ରେଟାରୀଙ୍କ ପୁଅ ଶୁଭମ୍ ସରୋଜ ଗୁରୁତର ଆହତ ହୋଇଛନ୍ତି । ଘଟଣାରେ ୧୪ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ପୋଲିସ ଏବେ ଘଟଣାର ଆକ୍ସନ ନେଇ ମୁଖ୍ୟ ଅଭିଯୁକ୍ତ ସମେତ ୧୦ ଜଣଙ୍କୁ ଗିରଫ କରିଛି । ବାକି କୁମ୍ଭୀର ଏବଂ ତାର ଦୁଇ ସହଯୋଗୀ ଫେରାର ହୋଇଯାଇଛନ୍ତି ।

Also Read:-DNA ରିପୋର୍ଟରୁ ଖୋଲିଲା ହତ୍ୟା ରହସ୍ୟ, ଅଢେଇ ବର୍ଷର ତଳର ଘଟଣାରେ ୩ ଅଭିଯୁକ୍ତ ଗିରଫ