ଭୁବନେଶ୍ବର ୧।୧୦: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବାକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ବିଜେଡି କହିଛି, ବିଜେପି ସରକାର ଅଫିସର ମାନଙ୍କ ଉପରେ ଚାପ ପକାଇବା ଦ୍ବାରା ଏମିତି ହେଉଛି । କିଛି ଦିନ ପୂର୍ବରୁ ଜଣେ IPS ଅଧିକାରୀ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଏବେ IAS ଅଧିକାରୀ ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି ।

ସେହିଭଳି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, CEO ଗୋପାଳନ୍‌ଙ୍କ ଭଳି ଜଣେ ଷ୍ଟ୍ରଙ୍ଗ୍ ରାଷ୍ଟ୍ରଭକ୍ତି IAS ଅଫିସର ବିରଳ । ଯେତେବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଜୋର୍ ଧରିଛି ଠିକ୍ ସେତିକି ବେଳେ ଏଠି CEO ଗୋପାଳନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ ସନ୍ଦେ ସୃଷ୍ଟି କରିଛି ।

Also Read:- ଚାନ୍ଦବାଲି BDOଙ୍କ ବିରୋଧରେ ସରକାରଙ୍କ ବଡ଼ ପଦକ୍ଷେପ, ସସ୍‌ପେଣ୍ଡ ପରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଜବାବରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କିଏ ସ୍ବେଚ୍ଛାକୃତ ଅବସର ନେବେ, ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଏହାକୁ ନେଇ ରାଜନୀତି କରିବା ଆଦୌ ଉଚିତ୍ ନୁହେଁ ।