ଭୁବନେଶ୍ୱର ୮।୭: ଭୁବନେଶ୍ବର ପଟିଆ କିଟ୍ ରାସ୍ତାରେ ଜବରଦଖଲ  ଉଚ୍ଛେଦ । ଦୋକାନ ଏବଂ ଘର ଉପରେ ବୁଲିଲା ବୁଲଡୋଜର । ସେଣ୍ଟ୍ରାଲ୍ ଏନଫୋର୍ସମେଣ୍ଟ ମନିଟରିଂ କମିଟି ଦ୍ବାରା ବଡ଼ ଉଚ୍ଛେଦ । ୨୦୦୭ରୁ ସରକାରୀ ଜମି ମାଡ଼ିବସି ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ। ମିଠା ଦୋକାନ କରିଥିଲେ, ବାଲି ଗୋଡି ସିମେଣ୍ଟ ରଡ୍ ବ୍ୟବସାୟ କରୁଥିଲେ । ଘର କରି ଭଡ଼ା ଦେଇଥିଲେ । ପ୍ରାଇଭେଟ୍ ଗାଡ଼ି ବି ପାର୍କିଂ ହେଉଥିଲା । ଆଜି ସବୁ ମାଟିରେ ମିଶିଯାଇଛି । ପଟିଆ ମୌଜା ଖାତା ନମ୍ବର ୪୯୩ରେ ଥିବା ଏହି ୨ଟି ପ୍ଲଟରୁ ହୋଇଛି ଉଚ୍ଛେଦ । ଯାହାର ସରକାରୀ ମୂଲ୍ୟ ୫୦ କୋଟି ଟଙ୍କା। ଉଚ୍ଛେଦ ପରେ ସରକାରୀ ଜମିକୁ ନିଜ ଦଖଲକୁ ନେଇଛି CEMC ।

Also Read:- ‘ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇବୁ, ବିଜୁଳି ବିଲ୍ ହ୍ରାସ କରିବୁ'

ତେବେ ମୋଟ ୧ ଏକର ୧୦ ଡିସିମିଲ ଜମି ମଧ୍ୟରୁ ୫୦ ଡିସିମିଲ ଜମି ଉପରେ ଷ୍ଟାଟସ୍ କୋ ରହିଛି । ତେଣୁ ସେହି ଜମିରୁ ଉଚ୍ଛେଦ ନକରି ଛାଡି ଦେଇଛି CEMC । ସେହି ଜାଗାରେ ଏବେ ଗୋଟିଏ ମିଠା ଓ ମବାଇଲ୍ ଦୋକାନ ରହିଛି । ଏହି ଜମି ଉପରେ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ ସେନେଇ ବିଏମସି ପକ୍ଷରୁ ତଦନ୍ତ କରାଯିବ । ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗ ପକ୍ଷରୁ କୁହାଯାଇଛି । ଜବରଦଖଲ ଉଚ୍ଛେଦ ହୋଇଥିବା ଏହି ଜମିଟି ଜଙ୍ଗଲ ଜମି କିସମର । ଯାହା ଏବେ ସାଧାରଣ ଜନତାଙ୍କ କାମରେ ଲାଗିବ।