ଭୁବନେଶ୍ଵର: CBI ସ୍କାନରରେ ଜେଲ୍ ଡିଜି ସୁଶାନ୍ତ ନାଥ । ଓଡ଼ିଶା ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା ସମ୍ପର୍କରେ CBI ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଏକ ପତ୍ରରେ ଏହା ସାମ୍ନାକୁ ଆସିଛି । CBI ତଦନ୍ତ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ ୧୯୯୩ ବ୍ୟାଚର IPS ସୁଶାନ୍ତ ନାଥ ଯେତେବେଳେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ଼, OPRBର ଅଧ୍ୟକ୍ଷ ଥିଲେ, ସେତେବେଳେ ବୋର୍ଡ଼ ଦ୍ବାରା ପୋଲିସ SI ଏବଂ ସମକକ୍ଷ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜନ କରାଯାଇଥିଲା । ତେଣୁ ଏହି ମାମଲାର ତଦନ୍ତ କରୁଥିବା CBI ସ୍କାନରକୁ ଆସିଛନ୍ତି ତତ୍କାଳୀନ OPRB ଅଧ୍ୟକ୍ଷ ସୁଶାନ୍ତ ନାଥ ।

CBI ସ୍କାନରରେ ଜେଲ୍ ଡିଜି ସୁଶାନ୍ତ ନାଥ । ଓଡ଼ିଶା ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାରେ ସେ CBI ସ୍କାନରକୁ ଆସିଛନ୍ତି । ଏହି ମାମଲା ସମ୍ପର୍କରେ CBI ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଏକ ପତ୍ରରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତ ନାଥ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ, OPRB ର ଅଧ୍ୟକ୍ଷ ଥିବା ସମୟରେ SI ପରୀକ୍ଷାରେ କେଳେଙ୍କାରୀ ହୋଇଥିବା ଅଭିଯୋଗ ରହିଛି । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ମଧ୍ୟ OPRBର ତଦନ୍ତର ଅଂଶବିଶେଷ ହୋଇଥିବା ଜଣାପଡ଼ିଛି । । ମାମଲାର ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ CBI ସୁଶାନ୍ତ ନାଥଙ୍କୁ ପଚରାଉଚରା କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ମାଗିଛି । ଅନୁମତି ମିଳିଲେ CBI ତାଙ୍କୁ ଜେରା କରିପାରେ ।

Also Read: ବ୍ରହ୍ମପୁର ଜେଲ୍ରୁ ମୁକୁଳିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା: କହିଲେ- ‘ମୋ ଉପରେ ମହାପ୍ରଭୁଙ୍କ କୃପା ଅଛି, ମୁଁ ନିର୍ଦ୍ଦୋଷ’

SI ପରୀକ୍ଷା କେଳେଙ୍କାରୀରେ କେଉଁମାନଙ୍କ ଭୂମିକା ଥିଲା ଏବଂ ପରୀକ୍ଷା ପରିଚାଳନାରେ କୌଣସି ଅନିୟମିତତା ହୋଇଥିଲା କି ନାହିଁ, ସେନେଇ CBI ତା’ର ତଦନ୍ତ ଜାରି ରହିଛି । ସୁଶାନ୍ତ ନାଥଙ୍କୁ ପଚରାଉଚରା କରାଗଲେ ମାମଲାର ତଦନ୍ତରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି । ତେବେ ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକଙ୍କ କହିବା କଥା ଯେହେତୁ ପରୀକ୍ଷାରେ ଅନିୟମିତତା ହୋଇଛି ତେଣୁ OPRB ଲିଙ୍କରେ CBI ତଦନ୍ତ କରିବ । କିନ୍ତୁ ଏହି କେଳେଙ୍କାରୀରେ IPS ସୁଶାନ୍ତ ନାଥଙ୍କର ସମ୍ପୃକ୍ତିକୁ ନେଇ ସେଭଳି କୌଣସି ଅଭିଯୋଗ ନାହିଁ । କୌଣସି ଗୋଟିଏ ଘଟଣା ଘଟିଲେ ଡିପାର୍ଟମେଣ୍ଟର ଉପରୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କ ନାଁ ଆସେ । କିନ୍ତୁ ସମସ୍ତେ ଯେ ଦୋଷୀ ତାହା କହିବା ଠିକ୍ ନୁହେଁ ।ମାମଲାର ତଦନ୍ତ କରୁଥିବା CBI ତା’ କାମ କରିବ ବୋଲି ସେ କହିଛନ୍ତି ।

୨୦୨୫ ଅକ୍ଟୋବର ୫ ଓ ୬ ତାରିଖରେ OPRB ଦ୍ବାରା ପୋଲିସ SI ଏବଂ ସମକକ୍ଷ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜନ କରାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ଏହି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ସମଗ୍ର ପରୀକ୍ଷା ପ୍ରକ୍ରିୟାର ତଦନ୍ତ ଚାଲିଛି ।