ନୂଆଦିଲ୍ଲୀ- କ୍ୟାନସର ରୋଗୀଙ୍କୁ ବଡ଼ ଆଶ୍ୱସ୍ତି। ଶସ୍ତା ହେବ କର୍କଟ ଏବଂ ମଧୁମେହ ଔଷଧ। ବଜେଟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତାଙ୍କ ବଜେଟ ଭାଷଣରେ କହିଛନ୍ତି ଯେ ଦେଶରେ ବାୟୋଫାର୍ମା ସ୍ୟୁଟିକାଲ୍ କ୍ଷେତ୍ରର ବିକାଶ ଦ୍ୱାରା କର୍କଟ ଏବଂ ମଧୁମେହ ଭଳି ଗମ୍ଭୀର ରୋଗର ଔଷଧ ଶସ୍ତା ହେବ। ସୀତାରମଣ ୧୦,୦୦୦ କୋଟିର ଏସ୍ଏମ୍ଇ ଅଭିବୃଦ୍ଧି ପାଣ୍ଠି ମଧ୍ୟ ଘୋଷଣା କରିଥିଲେ।

ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ଼ ଘୋଷଣା କରିଛନ୍ତି। ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ କରାଯିବ। ୫ ବର୍ଷରେ ବ୍ୟୟ କରିବା ନେଇ ନିର୍ମଳା ଘୋଷଣା କରିଛନ୍ତି।  

ସେ କହିଛନ୍ତି ଯେ ସରକାର ଭବିଷ୍ୟତରେ ନିଯୁକ୍ତି ସୃଷ୍ଟି କରିବା ଏବଂ ଚୟନିତ ମାନଦଣ୍ଡ ଆଧାରରେ ଉଦ୍ୟୋଗ ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଏକ ସମର୍ପିତ ଏସ୍ଏ ମ୍ଇ ଅଭିବୃଦ୍ଧି ପାଣ୍ଠି ଆରମ୍ଭ କରିବାକୁ ପ୍ରସ୍ତାବ ରଖିଛନ୍ତି ।