ଭୁବନେଶ୍ଵର: ବିଧାନସଭାରେ ଉପସ୍ଥାପିତ ହୋଇଛି CAG ରିପୋର୍ଟ। ୨୦୨୫ ମାର୍ଚ୍ଚରେ ଶେଷ ହୋଇଥିବା ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ରାଜ୍ୟ ଆର୍ଥିକ ଅଡିଟ୍ ରିପୋର୍ଟ ଆସିଛି। ସିଏଜି ରିପୋର୍ଟରେ ରାଜ୍ୟର ବଜେଟ ପରିଚାଳନାକୁ ପ୍ରଶଂସା କରିଛନ୍ତି ସିଏଜି | ୨୦୨୦-୨୧ରେ ବଜେଟ ପରିମାଣ ୧, ୬୭, ୬୬୩ କୋଟି ଥିବାବେଳେ ୨୦୨୪-୨୫ରେ ଏହା ୭୧.୬୪ ପ୍ରତିଶତ ବୃଦ୍ଧି ପାଇ ୨୮୭୭୭୦ କୋଟିରେ ପହଞ୍ଚିଛି | ଏହି ସମୟ ମଧ୍ୟରେ ସଂଚୟ ୧୭.୭୦ ପ୍ରତିଶତରୁ ୨୫.୯୮ ପ୍ରତିଶତକୁ ବୃଦ୍ଧି ପାଇଛି |

ଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଗତ ୧୦ ବର୍ଷ ମଧ୍ୟରେ ୩୯୦ କୋଟି ଟଙ୍କାର ଖର୍ଚ୍ଚକୁ ନିୟମିତ କରିନାହାନ୍ତି। ଗତ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି ମଧ୍ୟମ ଅଭିବୃଦ୍ଧି (୧୧.୪୦ ପ୍ରତିଶତ) ରେକର୍ଡ କରିଛି. । ମୋଟ ରାଜ୍ୟ ଘରୋଇ ଉତ୍ପାଦ (ବର୍ତ୍ତମାନର ମୂଲ୍ୟରେ) ୧୩.୩୦ ପ୍ରତିଶତ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାରରେ ବୃଦ୍ଧି ପାଇଛି, ଯାହା ୨୦୨୦-୨୧ରେ ୫, ୪୦, ୧୮୫ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ରେ ଏହା ୮, ୯୦, ୦୩୮ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୪-୨୫ରେ ରାଜ୍ୟ ୨୨,୬୫୧ କୋଟି ଟଙ୍କାର ରାଜସ୍ବ ବଳକା ହୋଇଥିବା ବେଳେ ରାଜସ୍ବ ନିଅଣ୍ଟ ୨୫,୦୪୨ କୋଟି ଟଙ୍କା ଥିଲା | ଏଜିଙ୍କ ରିପୋର୍ଟରେ ରାଜ୍ୟର ଆର୍ଥିକ ସ୍ଥିତି ସ୍ଥିର ରହିଛି ବୋଲି ଦର୍ଶା ଯାଇଛି।

Also Read: ୬ ରୁ ୮ ବର୍ଷ ତଳର ସ୍ଥିତିକୁ ଫେରୁଛି ବଜାର ଦର, ଆକାଶଛୁଆଁ ହେବ ସ୍ମାର୍ଟଫୋନ୍, ଟିଭି ଓ ଏସି ଦାମ୍

ରାଜସ୍ବ ସଂଗ୍ରହ

* ୨୦୨୪-୨୫ରେ ରାଜସ୍ବ ସଂଗ୍ରହ ୨.୪୩ ପ୍ରତିଶତ ବୃଦ୍ଧି ପାଇଛି | ନିଜସ୍ଵ ଟିକସ ୨ ହଜାର କୋଟିରୁ ଅଧିକ ବୃଦ୍ଧି ପାଇଥିବାବେଳେ ଅଣ ଟିକସ ରାଜସ୍ବ ୧୭୯୦ କୋଟି ଟଙ୍କା ହ୍ରାସ ପାଇଛି।

ରାଜ୍ୟର ଦାୟିତ୍ଵବୋଧ

୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସାମଗ୍ରିକ ବକେୟା ଦେୟ ୧୩୭୭୮୪ କୋଟି ଟଙ୍କା ଥିଲା | ରାଜସ୍ବ ତୁଳନାରେ ସୁଧ ଦେୟ ପ୍ରତିଶତ ୬.୩୬ ପ୍ରତିଶତ ୨.୮୭ ପ୍ରତିଶତକୁ ହ୍ରାସ ପାଇଛି।

Also Read: ସୁପ୍ରିମକୋର୍ଟରେ ପହଞ୍ଚିଲା ‘ଦେବାଳିଆ କମ୍ପାନୀ’ ଅଧିଗ୍ରହଣ ଲଢ଼େଇ, ଆଦାନୀ ଗ୍ରୁପ୍ର ଡିଲକୁ ବେଦାନ୍ତର ଚ୍ୟାଲେଞ୍ଜ

ଓଡିଶା ଖଣି ନିଗମ ଲିମିଟେଡ୍ର କାର୍ଯ୍ୟକଳାପ ଉପରେ କାର୍ଯ୍ୟଦକ୍ଷତା ସମୀକ୍ଷା

* ଓଏମସିର ୩୬ଟି ଖଣି ଲିଜ୍ ମଧ୍ୟରୁ ୧୮ଟି ଖଣି ଲିଜ୍ ମୁଖ୍ୟତଃ ପକ୍ରିୟାଗତ ତ୍ରୁଟି ଯୋଗୁଁ ଜଙ୍ଗଲ ମଞ୍ଜୁରୀ ପାଇବାରେ ବିଳମ୍ବ ହେତୁ ଛଅରୁ ୩୫ ବର୍ଷରୁ ଅଧିକ ସମୟ ପାଇଁ ନିଷ୍କ୍ରିୟ ରହିଥିଲା | ଏଥିପାଇଁ ୨୦୧୮ରୁ ୨୦୨୩ ମଧ୍ୟରେ ୧୬୫ କୋଟିର ଅତିରିକ୍ତ ଖର୍ଚ୍ଚ ହୋଇଥିଲା।

* ଉଚ୍ଚବାଲି ଖଣିର ଅନାବଶ୍ୟକ ଭାବେ ଲିଜ ଡିଡ଼ ଯୋଗୁଁ ୮୫ କୋଟି ଅଧିକ ଖର୍ଚ୍ଚ ହୋଇଥିଲା ଏବଂ ରୟାଲିଟି ବାବଦକୁ ୨୩୨ କୋଟି ହରାଇବାକୁ ପଡିଥିଲା।

* ଦୈତାରୀ ଲୁହା ଖଣି ପରିବେଶଗତ ମଞ୍ଜୁରୀ ପାଇଁ ବିଳମ୍ବ ଆବେଦନ ଯୋଗୁଁ ୬୦୬ କୋଟିର ରାଜସ୍ବ ସମ୍ଭାବନା ସମ୍ଭବ ହୋଇପାରିନଥିଲା।

* ଓଏମ୍ସି ୧୪ଟି ଖଣି କ୍ଷେତ୍ରରେ, ୨୯.୪୭ ନିୟୁତ ଏମ୍ଟି ଖଣୀଜ ପଦାର୍ଥ ଉତ୍ପାଦନ କରିଥିଲା, ଯାହା ପରିବେଶ ଅନୁମତି ଅନୁଯାୟୀ ଅନୁମୋଦିତ ପରିମାଣଠାରୁ ଅଧିକ ଥିଲା କିମ୍ବା ଜଙ୍ଗଲ ଅନୁମତି ବିନା ଉତ୍ତୋଳନ କରାଯାଇଥିଲା, ଯାହା ଫଳରେ ୨୦୧୭-୨୨ରେ ୩୭୬୧.୮୮ କୋଟି ଟଙ୍କା ଜରିମାନା ପ୍ରଦାନ କରିଥିଲା।

* ୨୦୧୮ରୁ ୨୩ ମଧ୍ୟରେ ସଡ଼କ ନିର୍ମାଣ ଓ ସେତୁ ନିର୍ମାଣ କ୍ଷେତ୍ରରେ ୯୫୫ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ଫେରସ୍ତ ହୋଇଥିଲା।

Also Read: ପଶ୍ଚିମ ଏସିଆ ଯୁଦ୍ଧ ପାଇଁ ଭାରତରେ କଣ୍ଡୋମ୍ ଅଭାବ: ୫୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ

* ଜେଲ ପ୍ରଶାସନ ପରିଚାଳନାରେ ମଧ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଇଛନ୍ତି ଏ ଜି | ୨୦୧୮ ରୁ ୨୩ ମଧ୍ୟରେ ୩୧ ଟି ଜେଲରେ ମାତ୍ରାଧିକ କଏଦୀ ଥିଲେ | ପର୍ଯ୍ୟପ୍ତ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇ ନଥିଲେ | ସିସିଟିଭି କ୍ୟାମେରା, ମେଟାଲ ଦିଡେକ୍ଟର, ବ୍ୟଗେଜ ସ୍କାନର ଅଚଳ ଥିଲା | ଏଥି ଯୋଗୁଁ ୨୦୨୦-୨୩ ମଧ୍ୟରେ ୩୪ ଟି ମୋବାଇଲ ଫୋନ, ୫୬ ଟି ସିମ କାର୍ଡ, ୧.୭୬ ଗଂଜେଇ ଜବତ ହୋଇଥିଲା ଜେଲରୁ | ଏହି ତିନି ବର୍ଷରେ ଜେଲରୁ କଏଦୀ ଫେରାର ହେବା ଘଟଣା ୨୯ ପହଞ୍ଚିଥିଲା।

* ୨୦୨୦-୨୩ ମଧ୍ୟରେ ଜଙ୍ଗଲ କ୍ଷେତ୍ରରେ, ବନି କରଣ କ୍ଷେତ୍ରରେ ଉଦ୍ଧିଷ୍ଟ ପାଣ୍ଠିକୁ ଠିକ ଭାବେ ଉପଯୋଗ କରାଯାଇ ନଥିଲା | ଜଙ୍ଗଲ ଜମି ହସ୍ତାନ୍ତର ୨୧ କୋଟି ଟଙ୍କା କ୍ଷତିପୂରଣ ଆଦାୟ ହୋଇ ପାରିନଥିଲା।

* ୨୦୨୦-୨୩ ମଧ୍ୟରେ ହସ୍ତତନ୍ତ ବିଭାଗର ତ୍ରୁଟି ପୂରଣ ନୀତି ଲାଗି, ପ୍ରାୟ ୧୨ କୋଟି ଟଙ୍କା କ୍ଷତି ହୋଇଥିବା ଏଜି ଦର୍ଶାଇଛନ୍ତି।