BUDGET 2026-27

() ଅର୍ଥମନ୍ତ୍ରୀ ନିସୀତାରମଣ ଲଗାତର ୯ମ ଥର ପାଇଁ ଉପସ୍ଥାପନ କଲେ ସାଧାରଣ ବଜେଟ୍‌

()୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭାରତ ସରକାରଙ୍କ ସାଧାରଣ ବଜେଟ୍‌

()‘ଆତ୍ମଭାରତ’ ଆମ ମାନଙ୍କର ଦିଶା ପ୍ରଦାକାରୀ ତାରକା କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

()କର୍ତ୍ତବ୍ୟ ଭବନରେ ନବମ ବଜେଟ୍‌ ଉପସ୍ଥାପନ: ଅର୍ଥମନ୍ତ୍ରୀ  କହିଲେ ଆମେ ୩ କର୍ତ୍ତବ୍ୟ ଦ୍ବାରା ପ୍ରୋତ୍ସାହିତ

() ବଜେଟ୍‌ର ‘ସଂକଳ୍ପ’ ଦରିଦ୍ରଙ୍କ ଉପରେ ଗୁରୁତ୍ବ ଏବଂ ୩ କର୍ତ୍ତବ୍ୟ ଉପରେ ପ୍ରାଧାନ୍ୟ

()ଆମେ ନିଶ୍ଚିତ ଯେ ସରକାରଙ୍କ ସମସ୍ତ ପଦକ୍ଷେପ ଓ କାର୍ଯ୍ୟକ୍ରମରେ ନାଗରିକ ମାନେ ଉପକୃତ

()ଜନତା ସର୍ବଦା ଜନପ୍ରିୟତାବାଦ ଠାରୁ ଉର୍ଦ୍ଧରେ

()ସୁଲଭ ଦୀର୍ଘ ଜୀବନ ଏବଂ ମାନଯୁକ୍ତ ଜୀବନର ଚାବିକାଠି ହେଉଛି ଜୈବିକ ଔଷଧ

() ଭାରତର ସେମି କଣ୍ଡକ୍ଟର ମିଶନ, P.O ସଫଳ, ଏହା ସେମି କଣ୍ଡକ୍ଟର କ୍ଷେତ୍ରରେ ଭାରତର ସାମର୍ଥ୍ୟ ବୃଦ୍ଧି କରିଛି

() ଖଣିଜ ସମୃଦ୍ଧ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଏହି ୪ ରାଜ୍ୟକୁ ନେଇ ସ୍ବତନ୍ତ୍ର ବିରଳ ମୃତ୍ତିକା କରିଡର ବା ରେୟାର ଆର୍ଥ ପାର୍କ ପ୍ରତିଷ୍ଠା ହେବ 

() କେନ୍ଦ୍ର ସରକାର ଦ୍ବିଧା ଉପରେ ନିର୍ଣ୍ଣାୟକ ଏବଂ ନିରନ୍ତର କାର୍ଯ୍ୟାନୁଷ୍ଠାନ ଚୟନ କରିଆସିଛନ୍ତି

() ସରକାରଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ‘ସଂସ୍କାର ଏକ୍ସପ୍ରେସ’ ସହାୟକ ହେବ

()‘ବିସ୍ମିତ ଭାରତ’ ଲକ୍ଷ୍ୟ ହାସଲରେ ଭାରତ ସର୍ବଦା ଦୃଢ ଆତ୍ମବିଶ୍ବାସ ସହ ପଦକ୍ଷେପ ନେବାର ଅଭିଯାନ ଜାରି ରଖିବ

()୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ କ୍ୟାପିଟାଲ ଏକ୍ସପେଣ୍ଡିଚର ବା ପୁଞ୍ଜିଗତ ବ୍ୟୟ ୧୨.୨ ଲକ୍ଷ କୋଟି ଟଙ୍କା ହେବ

()କଥା ନୁହେଁ କାମ,ସରକାର ସର୍ବଦା ସଂସ୍କାରକୁ ବକ୍ତପଟୁତା ଠାରୁ ଉପରେ ରଖିଆସିଛନ୍ତି

() ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ବିନିଯୋଗରେ ଏକ କଣ୍ଟେନର ନିର୍ମାଣ ଯୋଜନାର ପ୍ରସ୍ତାବ ରଖିଲେ ଅର୍ଥମନ୍ତ୍ରୀ

() ଟେକ୍ସଟାଇଲ ସେକ୍ଟର ବା ବୟନଶିଳ୍ପ କ୍ଷେତ୍ର ପାଇଁ ବଡ ପ୍ରସ୍ତାବ । ଚ୍ୟାଲେଞ୍ଜିଂ ମୋଡ୍‌ରେ ମେଗା ଟେକ୍ସଟାଇଲ ପାର୍କମାନ ପ୍ରତିଷ୍ଠା  ଲାଗି ପ୍ରସ୍ତାବ

() MSME କ୍ଷେତ୍ର ପାଇଁ ବଡ ଆର୍ଥିକ ପ୍ରୋତ୍ସାହନ ପ୍ରସ୍ତାବ

()୧୦ ହଜାର କୋଟି ଟଙ୍କାର SME ଗ୍ରୋଥ ଫଣ୍ଡ ପ୍ରତିଷ୍ଠା ସହ ୨ହଜାର କୋଟିର ସେଲ୍ଫ ରେଲିଆଣ୍ଟ ଇଣ୍ଡିଆ ଫଣ୍ଡ ପ୍ରତିଷ୍ଠା ଲକ୍ଷ୍ୟ

() ନୂଆ ସ୍ବତନ୍ତ୍ର ଫ୍ରାଇଟ କରିଡର ବା ମାଲ୍‌ ପରିବହନ ପାଇଁ ସ୍ବତନ୍ତ୍ର ରୁଟ୍

()ଦେଶର ପୂର୍ବାଞ୍ଚଳ ସ୍ଥିତ ଡାଙ୍କୁଣୀରୁ ପଶ୍ଚିମର ସୁରାଟ ଯାଏ ସ୍ବତନ୍ତ୍ର ଫ୍ରାଇଟ୍‌ କରିଡର ପ୍ରତିଷ୍ଠା ପ୍ରସ୍ତାବ

() ୪୦ ହଜାର କୋଟି ଟଙ୍କା ଅଟକଳରେ ଭାରତ ସେମିକଣ୍ଡକ୍ଟର ମିଶନ ୨.୦ର ଘୋଷଣା

()ରେଳବାଇ ପାଇଁ ବଡ ଘୋଷଣା

()ବିକାଶ ସଂଯୋଗ ଅଭିଯାନରେ ବିଭିନ୍ନ ସହର ମଧ୍ୟରେ ୭ଟି ହାଇସ୍ପିଡ କରିଡର ପ୍ରତିଷ୍ଠାର ପ୍ରସ୍ତାବ

()ଶିକ୍ଷା ନିଯୁକ୍ତି ଓ ପ୍ରତିଷ୍ଠାନକୁ ଗୁରୁତ୍ବ

() ଉଚ୍ଚ କ୍ଷମତା ସଂପନ୍ନ ଏଜୁକେଶନ ଟୁ ଏମ୍ପ୍ଲୟମେଣ୍ଟ  ଆଣ୍ଡ ଏଣ୍ଟରପ୍ରାଇଜ ଷ୍ଟାଣ୍ଡିଂ କମିଟି ଗଠନ ପ୍ରସ୍ତାବ

()କମିଟି ବିକଶିତ ଭାରତ ଉପରେ ଅଗ୍ରସର ଭାରତକୁ ସେବା କ୍ଷେତ୍ରରେ ଅଧିକ ପ୍ରଭାବୀ ହେବାକୁ ବିଭିନ୍ନ ପରାମର୍ଶ ଦେବ

() ବ୍ୟାଙ୍କିଂ କ୍ଷେତ୍ରକୁ ଗୁରୁତ୍ବ

ବିକଶିତ ଭାରତ ପାଇଁ ବ୍ୟାଙ୍କିଂ କ୍ଷେତ୍ରରେ ଆବଶ୍ୟକ ଗୁରୁତ୍ବପୂର୍ଣ୍ଣ ନୀତି, କାର୍ଯ୍ୟକ୍ରମର ଆବଶ୍ୟକତା ଦୃଷ୍ଟିରୁ ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ ପ୍ରସ୍ତାବ

()କମିଟି ବିତ୍ତୀୟ ସ୍ଥିରତା ବଜାୟ ରଖିବ

() ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଏନ୍‌ବିଏଫ୍‌ସି ଗୁଡିକର ଭୂମିକା,ଆଦର୍ଶକୁ ପ୍ରଭାବୀ କରିବାରେ ସାହାଯ୍ୟ କରିବ

()କ୍ରୀଡା କ୍ଷେତ୍ର ଏକାଧିକ ସଶକ୍ତିକରଣରେ ଭୂମିକା ରଖିଥାଏ

()ଏହା ନିଯୁକ୍ତି,କୁଶଳତା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ

()କ୍ରୀଡା କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ‘ଖେଲୋ ଇଣ୍ଡିଆ ମିଶନ’ ପ୍ରତିଷ୍ଠାର ପ୍ରସ୍ତାବ

()ଏମର୍ଜିଂ ଟେକ୍ନୋଲଜି ବା ଉଦୀୟମାନ ପ୍ରଯୁକ୍ତି ବିଶେଷ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବିଶେଷ ପ୍ରାଧାନ୍ୟ

()ଏଆଇ କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ଲାଗି ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ କାପାସିଟି ବିଲ୍ଡିଂ ଏଆଇ ମିଶନ ପ୍ରତିଷ୍ଠା ପ୍ରସ୍ତାବ

()ସ୍ବାସ୍ଥ୍ୟ କ୍ଷେତ୍ରରେ ଆୟୁର୍ବେଦ ଚିକିତ୍ସାକୁ ଗୁରୁତ୍ବ

()ଆଉ ୩ଟି ନୂତନ ‘ଅଲ୍‌ଇଣ୍ଡିଆ ଇନଷ୍ଟିଚ୍ୟୁଟସ୍‌ ଅଫ୍ ଆୟୁର୍ବେଦ ପ୍ରତିଷ୍ଠା ହେବ

() ଜାମନଗର ସ୍ଥିତ ଡବ୍ଲୁଏଚ୍‌ଓ ଗ୍ଲୋବାଲ ଟ୍ରାଡିସନାଲ ମେଡିସିନ ସେଣ୍ଟରକୁ ଅଧିକ ବିକଶିତ କରାଯିବ  

() ଦିବ୍ୟାଙ୍ଗଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ବ

()ଦିବ୍ୟାଙ୍ଗଙ୍କ ଜୀବନ ଧାରଣ ମାନବୃଦ୍ଧି ଲକ୍ଷ୍ୟରେ ‘ଦିବ୍ୟାଙ୍ଗଜନ କୁଶଳ ଯୋଜନା’ପ୍ରବର୍ତ୍ତନ ପ୍ରସ୍ତାବ

()ଦେଶର ଗେମିଂ ଏବଂ ଆନିମେନସ କ୍ଷେତ୍ରକୁ ଗୁରୁତ୍ବ

()ମୁମ୍ବାଇ ସ୍ଥିତ ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ କ୍ରିଏଟିଭ ଟେକ୍ନୋଲଜିଜ’କୁ ସହାୟତା ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବ

()ଏହି ଅନୁଷ୍ଠାନ ଭାରତର କ୍ରମବର୍ଦ୍ଧିଷ୍ଣୁ ଆନିମେସନ ଭିଜୁଆଲ ଏଫେକ୍ଟ, ଗେମିଙ୍ଗ ଏବଂ କମିକ୍ସ ବା ଏଭିଏଜି କଣ୍ଟେଣ୍ଟ କ୍ରିଏଟର ଲାବୋରେଟୋରୀର ବିକାଶ କରିବ

()ଦେଶର ୨୫୦ ମହାବିଦ୍ୟାଳୟ ଏବଂ ୧୫୦୦୦ ମାଧ୍ୟମିକ ବିଦ୍ୟାଳୟରେ ଏଭିଏଜି ଲ୍ୟାବ୍ ପ୍ରତିଷ୍ଠା ହେବ

()ସ୍ୱାସ୍ଥ୍ୟକ୍ଷେତ୍ରକୁ ଗୁରୁତ୍ୱ

() ମେଡିକାଲ ଟୁରିଜିମ୍ ପାଇଁ ୫ଟି ଆଞ୍ଚଳିକ ହବ୍ ପ୍ରତିଷ୍ଠା ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବ

()ଆଗାମୀ ୫ ବର୍ଷରେ ବାୟୋଫାର୍ମା ଶକ୍ତି ପ୍ରୋଗ୍ରାମରେ ୧୦ ହଜାର କୋଟି ଟଙ୍କା ବିନିଯୋଗ ହେବ

()ବିତ୍ତୀୟ. ନିୟନ୍ତ୍ରଣ ଏବଂ ବଜେଟ୍ ଆକଳନ

()ବଜେଟ୍‌ରେ ବିକାଶ ହାରକୁ ପ୍ରାଧାନ୍ୟ ସହ ବିତ୍ତୀୟ ନିୟନ୍ତ୍ରଣ ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିଛି

()୨୦୨୬-୨୭ ବଜେଟ୍ ଆକଳନରେ ବିତ୍ତିୟ ନିୟଣ୍ଟ ଜିଡିପି (ମୋ ଆଭ୍ୟନ୍ତରୀୟଣ ଉତ୍ପାଦନ )ର ୪.୩ ପ୍ରତିଶତ ରହିବା ଅନୁମାନ

()ଯାହାକି ୨୦୨୫-୨୬ ବିତ୍ତୀୟ ନିୟଣ୍ଟ ୪.୪ ପ୍ରତିଶତ ଠାରୁ କମ୍

()୨୦୨୬-୨୭ରେ ଅଣ ରୁଣ ସଂଗ୍ରହ ୩୬.୫ ଲକ୍ଷ କୋଟି ଟଙ୍କା ରହିବା ଅନୁମାନ

() ସରକାରଙ୍କ ମୋଟ ଟିକସ ସଂଗ୍ରହ ପରିମାଣ ୨୮.୭ ଲକ୍ଷ କୋଟି ଟଙ୍କା ହେବ

()ବଜେଟ୍‌ରେ ମୋଟ୍‌ ବ୍ୟୟ ଅଟକଳ ୫୩.୫ ଲକ୍ଷ କୋଟି ଟଙ୍କା

()କେନ୍ଦ୍ର ସରକାର ଷୋଡଶ ଅର୍ଥ କମିଶନଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି । ଏହି କ୍ରମରେ କେନ୍ଦ୍ର ରାଜ୍ୟ ଅଂଶ ପରିମାଣ ଧାର୍ଯ୍ୟ ହୋଇଛି

()ଏହି କ୍ରମରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଗୁଡିକ ପାଇଁ ମୋଟ୍‌ ୧.୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା ହୋଇଛି 

() ଆଇଟିଆର୍‌ ବା ଆୟକର ଟ୍ୟାକ୍ସ ରିଟର୍ଣ୍ଣ  ଦାଖଲ ତାରିଖରେ ପରିବର୍ତ୍ତନ

()ବ୍ୟକ୍ତି ବିଶେଷଙ୍କ ଆଇଟିଆର୍‌-୧,ଆଇଟିଆର୍‌-୨ ଫାଇଲ୍‌ କରିବାର ଶେଷ ତାରିଖ ପୂର୍ବଭଳି ଜୁଲାଇ ୩୧ ରହିବ 

()କିନ୍ତୁ ଅଣ-ଅଡିଟ୍‌ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଟ୍ରଷ୍ଟ ଗୁଡିକୁ ରିଟର୍ଣ୍ଣ ଦାଖଲ ଲାଗି ଅଗଷ୍ଟ ୩୧ ତାରିଖ ଯାଏ ସମୟ ଦିଆଯିବ 

()ଆୟକର ଆଇନ ୨୦୨୫ ଏବେ ଏପ୍ରିଲ ୧ ୨୦୨୬ରୁ ଲାଗୁ ହେବ

()କାର୍ବନ କ୍ୟାପଚର ଟେକ୍ନୋଲୋଜି :ବଜେଟ୍‌ରେ କାର୍ବନ ବା ଅଙ୍ଗାରକାମ୍ଳ ନିୟନ୍ତ୍ରଣ,ବ୍ୟବହାର ଏବଂ ସଂରକ୍ଷଣ(CCUS) ପ୍ରଯୁକ୍ତିବିଜ୍ଞାନ ଲାଗି ୨୦,୦୦୦ କୋଟି ଟଙ୍କା ବ୍ୟବସ୍ଥା

() ସାରାଦେଶରେ ୧୦୦୦ ଅଧିସ୍ବୀକୃତ କ୍ଲିନିକାଲ ଟ୍ରାଏଲ୍ ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବ

()ବହୁଭାଷୀ ଏଆଇ ଟୁଲ୍ ‘ଭାରତ ବିସ୍ତାର’ ପ୍ରଚଳନ ଏବଂ ଆଞ୍ଚଳିକ ବା ସ୍ଥାନୀୟ ଉଦ୍ୟୋଗୀଙ୍କ ସଶକ୍ତିକରଣ ଲକ୍ଷ୍ୟରେ ‘ସି ମାର୍ଟ୍ସ’ ଘୋଷଣା

()ଦେଶବ୍ୟାପୀ ଭବିଷ୍ୟତ ଲାଗି ପ୍ରସ୍ତୁତ ଭିତ୍ତିଭୂମି ପ୍ରତିଷ୍ଠାକୁ ଗୁରୁତ୍ୱ । ବିକାଶ କେନ୍ଦ୍ର ଗୁଡ଼ିକୁ ଶକ୍ତିଶାଳୀ କରିବା ଲକ୍ଷ୍ୟ

()୫ ଲକ୍ଷ୍ୟରୁ ଅଧିକ ଜନସଂଖ୍ୟା ବିଶିଷ୍ଠ ଟାୟାର ଟୁ ଏବଂ ଟାୟାର ଥ୍ରୀ ସହରରେ ଭିତ୍ତିଭୂମିକୁ ଗୁରୁତ୍ୱ

() ଆଣବିକ ଶକ୍ତି ପ୍ରକଳ୍ପ ପାଇଁ ଆବଶ୍ୟକ ସାମଗ୍ରୀ ଆମଦାନୀ ଉପରେ ମୌଳିକ ସୀମା ଶୁକ୍ଲ ହ୍ରାସ ପ୍ରସ୍ତାବ

()କିଛି ନିର୍ଦ୍ଦିଷ୍ଟ ଶୁକ୍ଲ ମୁକ୍ତ ଆମଦାନୀ ଉପରେ ଧାର୍ଯ୍ୟ ସୀମା ବୃଦ୍ଧିର ପ୍ରସ୍ତାବ

()ସେହିଭଳି ରପ୍ତାନୀ ହେଉଥିବା ଚମଡ଼ା, ସିନ୍ଥେଟିକ୍ ଜୋତା ପାଇଁ ଆବଶ୍ୟକ ଆମଦାନୀ ଉପରେ ଶୁଳ୍କ ଛାଡ଼ ପ୍ରସ୍ତାବ

() ପ୍ରତିରକ୍ଷା ବିମାନ ଗୁଡିକ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଉପରୁ ଆମଦାନୀ ଶୁଳ୍କ ଛାଡ

()ଇଲୋକ୍ର୍ଟୋନିକ୍ସ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ

()ଇଲୋକ୍ର୍ଟୋନିକ୍ସ କମ୍ପୋନେଣ୍ଟ ମାନ୍ୟୁ ଫାକ୍ଚରିଙ୍ଗ ସ୍କିମର ଯୋଜନା ଅଟକଳ ୨୨,୯୯୯ କୋଟି ଟଙ୍କାରୁ ୪୦,୦୦୦ କୋଟି ଟଙ୍କାକୁ ବୃଦ୍ଧି

() ଅଂଶଧନ ଧାରକ ମାନଙ୍କ ଉପରେ ପୁନଃ କ୍ରୟ ଟ୍ୟାକ୍ସ ବା ବାଏ ବ୍ୟାଙ୍କ ଟ୍ୟାକ୍ସ ପ୍ରସ୍ତାବ

()ସୁନା,ତେଲ,କୃଷି ଉତ୍ପାଦ ଆଦି ବସ୍ତୁରେ ଭବିଷ୍ୟତରେ ଏକ ନିଶ୍ଚିତ କାରବାରରେ ଧାର୍ଯ୍ୟ ସିକ୍ୟୁରିଟିଜ ଟ୍ରାଞ୍ଜକ୍ସନ ଟାକ୍ସ ବୃଦ୍ଧି ପ୍ରସ୍ତାବ ସହ ସର୍ବନିମ୍ନ ବିକଳ୍ପ ଟିକସ (MAT)୧୫ ପ୍ରତିଶତରୁ ୨୪ ପ୍ରତିଶତକୁ ହ୍ରାସ

()କ୍ୟାନସର ଭଳି ଗୁରୁତର ରୋଗୀଙ୍କ ଲାଗି ଉଦ୍ଦିଷ୍ଟ ୧୭ଟି ଔଷଧ ଉପରେ ମୌଳିକ ଉତ୍ପାଦ ଶୁଳ୍କ ଉଚ୍ଛେଦ

() ଏହା ସହ ୭ଟି ଅନ୍ୟ ବିରଳ ରୋଗରେ ପୀଡିତଙ୍କ ଲାଗି ମଧ୍ୟ ରିହାତି ସୁବିଧା ପ୍ରସ୍ତାବ

() ଆମଦାନୀ ନିର୍ଭରତା ହ୍ରାସ ଲାଗି ୩ଟି ରାସାୟନିକ ପାର୍କ ପ୍ରତିଷ୍ଠା ପ୍ରସ୍ତାବ

()ଭାରତୀୟ ସାମୁଦ୍ରିକ ସୀମା ଭିତରେ ମତ୍ସ୍ୟଜୀବୀ ଧରୁଥିବା ମାଛ ଉପରେ ସଂପୂର୍ଣ୍ଣ ଶୁଳ୍କ ରିହାତି

() ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ ଲାଗି ବିଭିନ୍ନ ପଦକ୍ଷେପ

()ପ୍ରତି ଜିଲ୍ଲାରେ ରାତ୍ରୀ ନିବାସ

() ନୂଆ ଶିକ୍ଷାନୁଷ୍ଠାନ,ବିଶ୍ବବିଦ୍ୟାଳୟ ସହର,ରାତ୍ରୀ ନିବାସ ଏବଂ ଟେଲିସ୍କୋପ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା