ବରଗଡ଼ ୯।୬: ମହିଳାଙ୍କୁ ମାରିଦେଲା ବରଗଡ଼ର ଏକ ଘରୋଇ ହସ୍ପିଟାଲ୍ । ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ ।

ବରଗଡ ସହର ଗୋଶାଳା ଛକ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ ହାତିସର୍ ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସ୍ତ୍ରୀ ସୃଷ୍ଟି ପ୍ରଭା ପଧାନ । ଗତ ମେ’ ମାସ ୧୩ ତାରିଖ ଦିନ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅପରେସନ ପରେ ଛୁଆଟି ସୁସ୍ଥ ବାହାରିଥିବା ବେଳେ ମାଆଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା । ତେବେ ଅପରେସନ ସମୟରେ ମହିଳାଙ୍କ ବ୍ଲାଡର କାଟି ଦିଆଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋ ଅଭିଯୋଗ କରିଛନ୍ତି ।

Also Read:- ଚାକିରି ଦେବା ବାହାନାରେ ଯୁବତୀ ଚାଲାଣ, ବରମୁଣ୍ଡା ବସଷ୍ଟାଣ୍ଡରୁ ଖସିଗଲେ ଦଲାଲ

ତେବେ ଏହାକୁ ନେଇ ହସ୍ପିଟାଲ ସମ୍ମୁଖରେ ମହିଳାଙ୍କ ଶବ ରଖି ରାସ୍ତାରୋକ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । କ୍ଷତିପୂରଣ ଦାବି ସହ ହସ୍ପିଟାଲ ବିରୋଧରେ ଆକ୍ସନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି ।