ବୌଦ୍ଧ: ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ। ଏଥିରେ ଅଧିକ ପ୍ରଭାବିତ ହୋଇଛି ବୌଦ୍ଧ ଜିଲ୍ଲଲା ପାହାଡ଼ି ଝରଣାରେ ବର୍ଷା ପାଣି ଆସି ଧୋଇଗଲା ନିର୍ମାଣାଧୀନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ୭ ନମ୍ବର ଟନେଲ ନିକଟସ୍ଥ ରେଳଧାରଣା । ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ରେଳ ଧାରଣା ତଳୁ ମାଟି ଧୋଇ ହୋଇଥିବା ସୂଚନା । ତଳେ ମାଟି ନଥାଇ ସମ୍ପୂର୍ଣ୍ଣ ଭାବେ ଶୂନ୍ୟରେ ଝୁଲୁଛି ରେଳ ଧାରଣା ।

ରେଳଧାରଣା ତଳେ ଥିବା ସମସ୍ତ ମାଟି କିଭଳି ଭାବେ ଧୋଇ ହୋଇଯାଇ ନିକଟବର୍ତ୍ତୀ ଗାଁରେ ପାଣି ପଶିଯାଇଛି। ଗାଁରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ପାଖାପାଖି ୧୦ ମିଟର ବାଟ ରେଳଧାରଣାରୁ ମାଟି ଧୋଇ ହୋଇଯାଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ଏବେ ସମ୍ପୂର୍ଣ୍ଣ ଶୂନ୍ୟରେ ଝୁଲି ରହିଛି ରେଳଧାରଣା।

Also Read: ଆଗାମୀ ୩ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଅନ୍ୟପଟେ ପୂର୍ବରୁ ଏହି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଯେଉଁ ଆଶା କରାଯାଉଥିଲା ଏବଂ ଯେଉଁଭଳି ଭାବେ କୁହାଯାଉଥିଲା ଚାରିଛକ ଷ୍ଟେସନକୁ ଖୁବଶୀଘ୍ର ରେଳ ଗଡ଼ିବ ବୋଲି, ତାହା ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଛି। ଗତକାଲି ଏହି ରେଳ ପ୍ରକଳ୍ପର ୪ ନଂ ଟନେଲ ମଧ୍ୟରେ ପାଣି ପଶିଥିବା ବେଳେ ଏବେ ରେଳ ଧାରଣା ପାଣିରେ ଧୋଇ ହୋଇଯିବା ଏହି ରେଳ ପ୍ରକଳ୍ପର ସ୍ଥାୟିତ୍ୱ ଏବଂ କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।