ଭୁବନେଶ୍ବର: ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ବିରୋଧରେ ଗିରଫ ପରୱାନା ଜାରି ହେଲା ଗିରଫ ପରଓ୍ବାନା । ୨୦୨୪ ବିଧାନସଭା ନିର୍ବାଚନ ସମୟରେ ଦାଖଲ କରିଥିବା ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ସଂକ୍ରାନ୍ତ ଏକ ମାମଲାରେ ବୌଦ୍ଧ ଏସ୍ଡିଜେଏମ୍ ଅଦାଲତ ଏହି ପରୱାନା ଜାରି କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ପୂର୍ବତନ ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ଅଭିଯୋଗ କ୍ରମେ ବୌଦ୍ଧ ଏସ୍ଡିଜେଏମ୍ ଅଦାଲତରେ ମାମଲା ହୋଇଥିଲା । ଅଦାଲତ ମାମଲାକୁ ବିଚାରକୁ ନେଇ 1.C.C.-02/2025 ନମ୍ବରରେ ପଞ୍ଜୀକୃତ କରିଥିଲେ। ଏହାପରେ ସରୋଜ କୁମାର ପ୍ରଧାନଙ୍କୁ ଅଦାଲତରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସ୍ ଜାରି ହୋଇଥିଲା।

ତେବେ ଅଦାଲତଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବିଧାୟକ ସରୋଜ କୁମାର ପ୍ରଧାନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କୁ ୧୨ ସପ୍ତାହ ସମୟ ଦେଇଥିଲେ। ଅଭିଯୋଗ ଅନୁସାରେ, ଏହି ସମୟସୀମା ଶେଷ ହେବା ପରେ ମଧ୍ୟ ସେ ଏସ୍‌ଡିଜେଏମ୍‌ ଅଦାଲତରେ ହାଜର ହୋଇନଥିଲେ। ତେବେ ବାରମ୍ବାର ସମୟ ନେବା ସତ୍ତ୍ୱେ ଅଦାଲତରେ ହାଜର ନ ହେବା ଯୋଗୁ ୨୦୨୬ ସେପ୍ଟେମ୍ବର ୨୫ ତାରିଖରେ ସରୋଜ ପ୍ରଧାନଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି ।

Also Read: ଜୟନାରାୟଣ ମିଶ୍ରଙ୍କ କଡ଼ା ଜବାବ, ଜ୍ଞାନେଶ କୁମାର ଇସ୍ତଫା ଦେବେ ନାହିଁ, ବିରୋଧୀ ଯାହା କହିଲେ ହେବ କି ?

ସୂଚନାଥାଉକି, ସରୋଜ କୁମାର ପ୍ରଧାନ ବୌଦ୍ଧ ବିଧାନସଭା ଆସନରୁ ବିଜେପି ବିଧାୟକ ଏବଂ ଓଡ଼ିଶା ବିଧାନସଭାର ସରକାରୀ ଦଳର ମୁଖ୍ୟ ସଚେତକ ଅଛନ୍ତି। ବିଧାନସଭାର ଆନୁଷ୍ଠାନିକ ରେକର୍ଡରେ ମଧ୍ୟ ସେ ବୌଦ୍ଧର ବିଧାୟକ ଏବଂ ସରକାରୀ ମୁଖ୍ୟ ସଚେତକ ଭାବେ ଉଲ୍ଲେଖ ଅଛନ୍ତି ।