କଣାସ ୧୪।୦୫ : ଖଣି ମାଫିଆଙ୍କ ଦୌରାତ୍ମ୍ୟ । ବେଆଇନ ପଥର ଖଣି ଖାଦାନକୁ ବିରୋଧ କରିବାରୁ ବୋମାମାଡ଼ । ଏହାସହ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଛନ୍ତି ମାଫିଆ। ପୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପୁରୀ ଜିଲ୍ଲା ଡେଲାଙ୍ଗରେ ଖଣି ମାଫିଆଙ୍କ ଦବଙ୍ଗଗିରି। ବେଆଇନ ପଥର ଖଣି ଖାଦାନକୁ ବିରୋଧ କରିବାରୁ ବୋମାମାଡ଼ ସହ ବ୍ଲାଙ୍କ ଫାୟାରିଂ କରିଛନ୍ତି ମାଫିଆ। ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତର ହରିପୁର ଗାଁରେ ୩ରୁ ଅଧିକ ବୋମାମାଡ଼ ସହ ଗୁଳିମାଡ଼ ହୋଇଛି। ତେବେ ଏହି ବୋମାମାଡ଼ରେ ୩ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ୭ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରୁ ୨ଟି ଅଫୁଟା ବୋମା ଏବଂ ଗୁଳିର ସିସା ଜବତ କରାଯାଇଛି। ଡେଲାଙ୍ଗ ପୋଲିସ ଓ ହରିରାଜପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

Watch Video:-