ବାଙ୍କୀ ୧।୧: ନୂଆବର୍ଷରେ ଅଘଟଣ । ବାଙ୍କୀ ତାଳବସ୍ତ ଗ୍ରାମରେ ବୋମା ମାଡ଼ ଅଭିଯୋଗ । ଜିରୋ ନାଇଟ୍ ସେଲିବ୍ରେସନ ବେଳେ ଫୁଟିଲା ବୋମା । ଚିନ୍ତାମଣି ବେହେରାଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ ହୋଇଥିବା ସୂଚନା ।

ସୂଚନାଯୋଗ୍ୟ ଯେ, ବାଙ୍କୀ ଡମପଡା ବ୍ଲକ୍‌ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତର ନୂଆସାହି ବିଦ୍ୟାଧରପୁର ଗ୍ରାମର ଚିନ୍ତାମଣି ବେହେରାଙ୍କ ଘର ଉପରକୁ ଗତ ରାତିରେ ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି । ବୋମା ମାଡ଼ରେ ଚିନ୍ତାମଣି ବେହେରାଙ୍କ ଘର ଆସବାବପତ୍ର ସହ ଏସି ନଷ୍ଟ ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଘର ଲୋକେ । ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ବହୁ ବିଳମ୍ବରେ ପହଞ୍ଚିଥିବା ବେଳେ ଗାଁରେ ଭୟର ବାତାବରଣ । ଏପରିକି ବାଙ୍କୀ ଥାନା ଅଧିକାରୀ ଏ ସମ୍ପର୍କରେ କହିବାକୁ ମନା କରିଦେଇଥିଲେ । ଖୁବ୍‌ଶୀଘ୍ର ପୋଲିସ ପ୍ରଶାସନ ପହଞ୍ଚି ସଠିକ୍ ତଦନ୍ତ କରି ଏଭଳି ଘଟଣା ଘଟାଇଥିବା ଦୁର୍ବୃତ୍ତଙ୍କୁ ଗିରଫ କରିବା ସହିତ ନ୍ୟାୟ ଦେବାକୁ ଦାବି ହୋଇ ।