ପାରାଦୀପ ୩୧।୦୫: ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳଙ୍କ ଘର ଉପରକୁ ବୋମାମାଡ଼ । ଘଟଣାସ୍ଥଳରେ ପହଞ୍ଚି ଆଦର୍ଶ ଥାନା ପୁଲିସ ତଦନ୍ତ କରୁଥିବା ବେଳେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ହଠାତ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ପୌରାଧ୍ୟକ୍ଷଙ୍କ ମଧୁବନସ୍ଥିତ ଘର ଉପରକୁ ପେଟ୍ରୋଲ୍ ବୋମା ଫିଙ୍ଗିଥିଲେ ।

ସେତେବେଳକୁ ପୌରାଧ୍ୟକ୍ଷ ଘରେ ନଥିଲେ । ଗୋଟିଏ ବୋତଲ ପଡ଼ି ଫାଟିଯାଇ ନିଆଁ ଜଳିଥିବା ବେଳେ ଆଉ ଗୋଟିଏ ବୋତଲର ନିଆଁ ଲିଭି ଯାଇଥିଲା। ଏ ଦୁଇଟି ବୋତଲ ଛଡ଼ା ଆଉ ଗୋଟିଏ ବୋତଲ ଘର ବାହାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣା ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ପୁଲିସ କାହାକୁ ଗିରଫ କରିନି । ଠିକାଦାରୀ କିମ୍ବା ରାଜନୈତିକ ଶତ୍ରୁତାକୁ ନେଇ ଏହା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Also Read:- Jatra Controversy: ହିରୋଇନ ହେବାକୁ କହି ଗଣଦୁଷ୍କର୍ମ, ଅଶ୍ଲୀଳ ଫଟୋ ଉଠାଇ ବ୍ଲାକେମେଲିଂ, ମୁଁହ ଖୋଲିଲେ ମାରିଦେବାକୁ ଧମକ...